ସିଆଇଏସଏଫ ପାସିଙ୍ଗ ଆଉଟ୍ ପ୍ୟାରେଡ୍ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ସେନା ସୀମା ସୁରକ୍ଷା କଲାବେଳେ ସିଆଇଏସଏଫ ଶିଳ୍ପ ସୁରକ୍ଷା ସହ ଅର୍ଥନୀତି ସୁରକ୍ଷିତ କରିବ – ଧର୍ମେନ୍ଦ୍ର ପ୍ରଧାନ

ମୁଣ୍ଡୁଳି, ୪ ଫେବୃଆରୀ (ଓଡ଼ିଆ ପୁଅ) – ସେନା ସୀମା ସୁରକ୍ଷା କରୁ ଥିବା ବେଳେ ସିଆଇଏସଏଫ ଶିଳ୍ପ ସୁରକ୍ଷା ସହ ଅର୍ଥନୀତି ସୁରକ୍ଷିତ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେଂଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସଏଫ)ର ମୁଣ୍ଡୁଳି ଠାରେ ଆୟୋଜିତ ୪୩ ତମ ପାସିଂ ଆଉଟ୍ ପ୍ୟାରେଡ୍ ରେ ଯୋଗ ଦେଇ ଶ୍ରୀ ଏହା ପ୍ରଧାନ କହିଛନ୍ତି।

ସିଆଇଏସଏଫକୁ ଦେଶର ଆର୍ଥିକ ପ୍ରଗତିର ସୁରକ୍ଷା କବଚ ଭାବେ ବର୍ଣନା କରିଛନ୍ତି ଶ୍ରୀ ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ସିଏସଆଇଏଫକୁ ଅର୍ଧ ସୈନିକ ବଳ କୁହା ଯାଇ ପାରେ। ମାତ୍ର ଭାରତୀୟ ସେନା ଦେଶର ସୀମା ସୁରକ୍ଷା ଦେଉଥିବା ବେଳେ ସିଆଇଏସଏଫ ଦେଶର ଶିଳ୍ପକୁ ସୁରକ୍ଷା ଦେଇ ଅର୍ଥନୈତିକ ପ୍ରଗତି ସୁରକ୍ଷା ଦେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଦେଶର ସୀମା ଶତ୍ରୁ ପକ୍ଷର ନଜରରେ ଥିବା ବେଳେ ଦେଶର ଅର୍ଥନୀତିକୁ ବିଗାଡିବା ପାଇଁ ଶିଳ୍ପ ଓ ପାଇପଲାଇନକୁ ବିପଦ ତିଆରି କରିବା ପାଇଁ ଶତ୍ରୁପକ୍ଷ ଷଡଯନ୍ତ୍ର କରି ଅର୍ଥନୀତିକୁ ବିପଦ ଆଣିବାକୁ ଚେଷ୍ଟାରତ। ମାତ୍ର ସିଆଇଏସଏଫ ବିଶ୍ୱ ମାନର ସୁରକ୍ଷା ଦେବାର ଶୈଳୀ ଭାରତୀୟ ଶିଳ୍ପ ଓ ଆର୍ଥିକ ପ୍ରଗତିକୁ ସୁରକ୍ଷା ଦେବାକୁ ସକ୍ଷମ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Leave a Reply

Your email address will not be published. Required fields are marked *