ଓଡ଼ିଶା

ସିଂହଦ୍ୱାରରେ ଲାଗିଲା ସୂଚନା ଫଳକ

ପୁରୀ:୧୫/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀମନ୍ଦିର ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶ୍ରୀମନ୍ଦିର ପ୍ରଶାସନ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ପାଳନ କରିବାକୁ ସିଂହଦ୍ୱାର ସମ୍ମୁଖରେ ସୂଚନା ଫଳକ ଲଗେଇବା ସହ ଭକ୍ତମାନଙ୍କ ସଚେତନ କରିଛି। ଭକ୍ତମାନେ ଏଣିକି ମହାପ୍ରଭୁଙ୍କୁ ଦାନଦ କରିବାକୁ ଚାହୁଁଥିବା ଅର୍ଥ, ବସ୍ତୁ ଓ ଅଳଙ୍କାର କେବଳ ଦାନ ବାକ୍ସ ହୁଣ୍ଡି କିମ୍ବା ପ୍ରଶାସନ କାର୍ଯ୍ରାଳୟରେ ଦାଖଲ କରିବାକୁ ଫଳକରେ ଅନୁରୋଧ କରାଯାଇଛି। ଦାନ ପରେ ରସିଦ୍ ମଧ୍ୟ ଗ୍ରହଣ କରିବାକୁ ଭକ୍ତମାନଙ୍କୁ ଅନୁରୋଧ କରିବା ସହ କୌଣସି ଅର୍ଥ କିମ୍ବା ଅଳଙ୍କାର ସେବାୟତ କିମ୍ବା ସେମାନଙ୍କ ସହଯୋଗୀମାନଙ୍କୁ ନଦେବାକୁ କୁହାଯାଇଛି। ଯଦି କେହି କର୍ମଚାରୀ ସେବାୟତ କିମ୍ବା ସହଯୋଗୀ ଦାନ ଅର୍ଥ ପାଇଁ କାର୍ଯ୍ୟ କରନ୍ତି। ତେବେ ଏ ସମ୍ପର୍କରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ କିମ୍ବା ନିକଟସ୍ଥ ପୁଲିସ ଷ୍ଟେସନରେ ଜଣାଇବାକୁ ସୂଚନା ଫଳକରେ ଅନୁରୋଧ କରାଯାଇଛି। ସୁପ୍ରିମକୋର୍ଟ ଓ ପ୍ରଶାସନ ଏହି ପଦକ୍ଷେପକୁ ଭକ୍ତ ମହଲରେ ସ୍ୱାଗତ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top