ଜିଲ୍ଲା ପରିକ୍ରମା

ସାହିଯାତରେ ଯଜ୍ଞରକ୍ଷା ପ୍ରସ୍ତାବ

ପୁରୀ, ୨୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ପାରମ୍ପାରିକ ସାହିଯାତର ଦ୍ୱିତୀୟ ସନ୍ଧ୍ୟାରେ ହରଚଣ୍ଡି ସାହି ଆଖଡା ପକ୍ଷରୁ ଯଜ୍ଞରକ୍ଷା ପ୍ରସ୍ତାବ କରାଯାଇଛି। ଆକାଶ ପୃଷ୍ଟି ଓ ମନୋଜ ସାହୁ ନାକକାନ ଚରିତ୍ରରେ ଅଭିନୟ କରିଥିଲେ। ମାଟିମଣ୍ଡପ ମାହି ପକ୍ଷରୁ ଅନୁଷ୍ଠିତ ସାହିଯାତ୍ରା ବାଦିସାହି କାଳିକାଦେବୀ ସାହି ପରିକ୍ରମା କରିଥିଲେ। ମାଟିମଣ୍ଡପ ସାହି ପକ୍ଷରୁ ନାଗା, ମେଢ ଓ ଶ୍ରୀକ୍ଷେତ୍ରର ପାରମ୍ପାରିକ ସମରକଳା କୌଶଳ କାଳିକାଦେବୀ ସାହି ପରିକ୍ରମା କରିଥିଲେ। ଦକ୍ଷିଣ କାଳୀ ନିକଟରେ ମାଟିମଣ୍ଡପ ସାହି ବାସିନ୍ଦାକୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ରାଜେଶ୍ ତ୍ରିପାଠୀ ଦୁର୍ଗା ମେଢ, ସରୋଜ କୁମାର ମହାନ୍ତି ନାଗା, ଆଶୁତୋଷ ସୁଆର ନବଶିରା, ଆଦିତ୍ୟ ନାରାୟଣ ପଣ୍ଡା ସପ୍ତଶିରା ଓ ନୃସିଂହ ପ୍ରସାଦ ପାଢୀ ପଚଂମୁଖି ହନୁମାନ ଚରିତ୍ର ସମେତ କାଳୀମେଢ, ନୃସିଂହ ମେଢ ଓ ସହସ୍ର ଅର୍ଜୁନ ଚରିତ୍ର ପରିକ୍ରମା କରିଥିଲେ। ମାଟିମଣ୍ଡପ ସାହି ଆଖଡା ସଭାପତି ନାରାୟଣ ମହାପାତ୍ର, ସମ୍ପାଦକ ମୋହନି ମହାପାତ୍ର, ସମ୍ପାଦକ ବଦ୍ରିନାଥ ଛୋଟରାୟ, ଚିତରଞନ ମହାପାତ୍ର, ସୁଦର୍ଶନ ମହାପାତ୍ର ଓ ରଞ୍ଜିତ୍ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମଙ୍ଗଳବାର ହରଚଣ୍ଡି ସାହି ପକ୍ଷରୁ ସୀତାବିବାହ ଓ ପର୍ଶୁରାମ ପ୍ରସ୍ତାବ କରାଯଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top