ସାହିତ୍ୟ ସଂସ୍କୃତି ପରିଷଦର ନେହେରୁ ଜୟନ୍ତୀ ପାଳିତ

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ସାହିତ୍ୟ ସଂସଦ ପରିଷଦ ଆନୁକୂଲ୍ୟରେ ପବିତ୍ର ରକ୍ଷାବନ୍ଧନ ଓ ନେହେରୁ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ଦିବ୍ୟମ୍ ସଭାଗୃହରେ ଡାକ୍ତର ଦୁର୍ଯେ୍ୟାଧନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ସମାବେଶରେ ପ୍ରଫେସର ଡ. ସନାତନ ମହାନ୍ତି ଉଦ୍ଘାଟକ ଭାବେ ଯୋଗଦାନ କରି ଭାରତୀୟ ସଂସ୍କୃତିରେ ରକ୍ଷାବନ୍ଧନ ପରମ୍ପରା ସଂପର୍କରେ ମତାମତ ରଖିଥିଲେ। ଅନ୍ୟତମ ଅତିଥି ଡ. ଶଶଧର ଦାସ ମେହେର ସାହିତ୍ୟର ଆଧୁନିକତା ସଂପର୍କରେ ନିଜସ୍ୱ ବକ୍ତବ୍ୟ ରଖିଥିବା ସହିତ ଆମ ଭାଷା ଓ ସାହିତ୍ୟର ରାଷ୍ଟ୍ରୀୟ ମାନ୍ୟତାକୁ ଅତୁଟ ଓ ବଜାୟ ରଖିବା ପାଇଁ ନିବେଦନ କରିଥିଲେ। ବକ୍ତା ଡ. ପ୍ରହଲ୍ଲାଦ ପତି ଭାରତୀୟ ବୈଦିକ ସଂସ୍କୃତିରେ ରକ୍ଷାବନ୍ଧନର ମହାନ୍ ଐତିହ୍ୟ ଓ ପରମ୍ପରା ସଂପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଡ. ଶିବପ୍ରସାଦ ମୈକାପ ସଂସ୍କୃତ ସାହିତ୍ୟର ବିଭିନ୍ନ ଉଦାହରଣ ମାଧ୍ୟମରେ ରକ୍ଷାବନ୍ଧନ, ବଳଦେବ ପୂଜା, ବିଶ୍ୱ ସଂସ୍କୃତି ଦିବସ ଓ ଗହ୍ମା ପୂର୍ଣ୍ଣିମା ସଂପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଡା. ସୁକାନ୍ତି ଜେନା ମେହେର କବିତା ଆବୃତ୍ତି କରିଥିବାବେଳେ ଚିତ୍ରଶିଳ୍ପୀ ଅଶୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *