ଓଡ଼ିଶା

ସାହିତ୍ୟ ପତ୍ରିକା ସଂବର୍ତିକୀ ର ସମାବର୍ତ୍ତନ ଉତ୍ସବ

କେନ୍ଦ୍ରାପଡା ୨୧/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – ସାହିତ୍ୟ ପତ୍ରିକା ସଂବର୍ତିକୀର ସମାବର୍ତ୍ତନ ଉତ୍ସବ ଗରାପୁର ଡାକବଙ୍ଗଳା ନିକଟସ୍ଥ ସ୍ୱୟଂସିଦ୍ଧା ମଣ୍ଡପରେ ଆଜି ଅନୁଷ୍ଠିତ ହୋଇଥିଲା। ସଂବର୍ତିକୀର ସମ୍ପାଦକ ତଥା ବରିଷ୍ଠ କବି, କଥାକାର ଓ ପ୍ରାବନ୍ଧିକ ଡକ୍ଟର ବାସୁଦେବ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ ନାୟକ ଉଦଘାଟକ ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରି ଭୋକ ଓ ଭାତ ଯେପରି ମଣିଷ ପାଇଁ ଅପରିହାର୍ଯ୍ୟ ସେହିପରି ସାହିତ୍ୟ ହେଉଛି ମଣିଷ ଜୀବନ ପାଇଁ ଅପରିହାର୍ଯ୍ୟ ବୋଲି କହିଥିଲେ। ବିଶିଷ୍ଠ କବି ତଥା କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରେରଣା ପ୍ରସୁତ ସାହିତ୍ୟହିଁ କାଳଜୟୀ ହୁଏ ବୋଲି କହିବା ସହିତ ଯେଉଁ ସାହିତ୍ୟରେ ଜନଜୀବନର କଥା ଥାଏ, ସାଧାରଣ ମଣିଷର ହସ, ଲୁହ, ଦୁଃଖ ଓ ସୁଖ ଚିତ୍ରିତ ହୋଇଥାଏ ସେହି ସାହିତ୍ୟ ମୁହୁର୍ତ୍ତଧର୍ମୀ ନହୋଇ କାଳତୀର୍ଣ୍ଣ ହୋଇଥାଏ ବୋଲି କହିଥିଲେ। ବିଶିଷ୍ଠ କବି ତଥା ପୂର୍ବତଟ ରେଳପଥର ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିରାକାର ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଦାସ, ଅବସରପ୍ରାପ୍ତ ପ୍ରଶାସକ ଧରଣୀଧର ନାଥ, ଉତ୍କଳ ବିଶ୍ୱ ବିଦ୍ୟାଳୟ ଓଡିଆ ବିଭାଗ ମୁଖ୍ୟ ଡଃ ବିଷ୍ଣୁପ୍ରୀୟା ଓତ୍ତା, କବି ତଥା ସାହିତ୍ୟ ପତ୍ରିକା ଓଡିଆପର୍ବର ସମ୍ପାଦକ ସନ୍ତୋଷ ସାହୁ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଗୋଟିଏ ବହି ସମାଜର ପରିବର୍ତ୍ତନ ଆଣି ପାରେ ବୋଲି ମତବ୍ୟକ୍ତ କରିଥିଲେ। ମନୋଜ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶୁଭାଂଶୁ ଦାସ ସ୍ୱାଗତ ଭାଷଣ ଓ ରାମକୃଷ୍ଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବର ଦ୍ୱିତୀୟ ଅଧିବେଶନରେ ଗାଳ୍ପିକା ଅବନ୍ତୀ ବେହେରା, କବି ବୀଣାପାଣି ଚୈାଧୁରୀ ଓ କବି ରଞ୍ଜନ କୁମାର ରଣାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ୧୧୪ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ। ଶୈଳଜାଶଙ୍କର ସାମଲ, ଅଶୋକ ସାହୁ, ସତ୍ୟବ୍ରତ ଦାସ, ନିରୁପମା ଦାସ, ଆଦିକନ୍ଦ ରାଉଳ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top