ସାହିତ୍ୟ ଘର ପକ୍ଷରୁ କୁଇଜ୍ ଓ କବିତା ଆବୃତି ପ୍ରତିଯୋଗିତା

ତାଳଚେର,୨୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହରା): ଓଡ଼ିଆ ଭାଷା,ସାହିତ୍ୟ,ସଂସ୍କୃତିର ଅଭିବୃଦ୍ଧି ନିମନ୍ତେ ତାଳଚେର ବ୍ଲକ ସାଉଥ ବଲଣ୍ଡା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ କୁଇଜ୍ ଓ କବିତା ଆବୃତି ପ୍ରତିଯୋଗିତା ଆୟୋଜନ କରାଯାଉଛି । ଏହି କ୍ରମରେ ଗତ ବୁଧବାର ଦିନ ସ୍ଥାନୀୟ କରଡ଼ାପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାହିତ୍ୟ ସମ୍ବନ୍ଧୀୟ କୁଇଜ୍ ଓ କବିତା ଆବୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପମଞ୍ଜରୀ ବେହେରା ଅଧ୍ୟକ୍ଷତା କରିଥିଲେ । ସାହିତ୍ୟ ଘରର କୋଷାଧ୍ୟକ୍ଷ ରସାନନ୍ଦ ଥାଟୋଇ କୁଇଜ୍ ପରିଚାଳନା କରିଥିଲେ । ସାହିତ୍ୟଘର ଉପ-ସଭାପତି ପୂର୍ଣ୍ଣଚନ୍ଦ୍ର ଦଳେଇ କବିତା ଆବୃତି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । କବିତା ଆବୃତି ପ୍ରତିଯୋଗିତାରେ ରେଶମା ଜେନା ୧ମ,ଇତିଶ୍ରୀ ବେହେରା ୨ୟ,ଅମିତେଶ ନାଏକ ୩ୟ ସ୍ଥାନ ଏବଂ କୁଇଜ୍ ପ୍ରତିଯୋଗିତାରେ ପ୍ରିୟଙ୍କା ନାଏକ ୧ମ ସ୍ଥାନ,ଇତିଶ୍ରୀ ବେହେରା ଓ ଅନୀତା ଗୋଚ୍ଛାୟତ ଯୁଗ୍ମଭାବେ ୨ୟ ସ୍ଥାନ ଏବଂ ସୋନାଲୀ ନାଏକ ୩ୟ ସ୍ଥାନ ଅଧିକାର କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ସାହିତ୍ୟ ଘର ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପୀତବାସ ସାହୁ,ସବିତା ବହିଦାର୍ଙ୍କ ସମେତ ସାହିତ୍ୟ ଘର ସଭାପତି ବିଭୂତି ଭୂଷଣ ସାହୁ,ସଂଯୋଜକ ରଙ୍ଗାଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଗତ ଶୁକ୍ରବାର ଦିନ ଭରତପୁର ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ଘର ପକ୍ଷରୁ କବିତା ଆବୃତି ଓ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଉଷାରାଣୀ ନାୟକ ସଭାପତିତ୍ୱ କରିଥିଲେ । ସାହିତ୍ୟ ଘର ସଭାପତି ବିଭୂତି ଭୂଷଣ ସାହୁ ପ୍ରତିଯୋଗିତା ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ସମ୍ୟକ୍ ସୂଚନା ଦେଇଥିଲେ । ସାହିତ୍ୟଘରର ବରିଷ୍ଠ ସଦସ୍ୟ ନିରଞ୍ଜନ ଜେନା ଓ କୋଷାଧ୍ୟକ୍ଷ ରସାନନ୍ଦ ଥାଟୋଇ କୁଇଜ୍ ପରିଚାଳନା କରିଥିଲେ । ଏଥିରେ ୫୦ଶ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସମ୍ପାଦକ ତ୍ରିନାଥ ସାହୁଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନେ କବିତା ଆବୃତି କରିଥିଲେ । କୁଇଜ୍ ପ୍ରତିଯୋଗିତାରେ ଦିବ୍ୟଜ୍ୟୋତି ନାୟକ ୧ମ, ଶୁଭମ୍ କୁମାର ବେହେରା ୨ୟ ଓ ଅନୁଭବ ପ୍ରଧାନ,ଉମେଶ ପ୍ରଧାନ ଯୁଗ୍ମ ୩ୟ ସ୍ଥାନ ଅଧିକାର କରିଥିବାବେଳେ କବିତା ଆବୃତିରେ ଲକ୍ଷ୍ମୀ ବେହେରା ୧ମ,ପ୍ରଥମଜ୍ୟୋସ୍ନା ୨ୟ ଓ ସିଦ୍ଧାନ୍ତ ସାହୁ ୩ୟ ସ୍ଥାନ ଅଧିକାର କରିଥିଲେ । ସମସ୍ତ କୃତି ପ୍ରତିଯୋଗିମାନଙ୍କୁ ସାହିତ୍ୟ ଘର ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ସୁନନ୍ଦ କୁମାର ପଣ୍ଡା,ଅମୀୟ କୁମାର ସାହୁ,କ୍ରୀଡା ଶିକ୍ଷକ ମନୋରଞ୍ଜନ ପଟ୍ଟନାୟକଙ୍କ ସହ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀଙ୍କ ସହ ସାହିତ୍ୟ ଘରର ଆବାହକ ରଙ୍ଗାଧର ନାୟକ,ଉପ-ସଭାପତି ପୂର୍ଣ୍ଣଚନ୍ଦ୍ର ଦଳେଇ,ସମ୍ପାଦକ ତ୍ରିନାଥ ସାହୁ,ସହ-ସମ୍ପାଦକ ବିଭୁତି ଭୂଷଣ ସ୍ୱାଇଁ,କୋଷାଧ୍ୟକ୍ଷ ରସାନନ୍ଦ ଥାଟୋଇ, ହାଡିବନ୍ଧୁ ପ୍ରଧାନ,ମହେନ୍ଦ୍ର ପାଣିଗ୍ରାହୀ,ଜିନେସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ହାଡ଼ିବନ୍ଧୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *