କଳାହାଣ୍ଡି

ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପାଇଁ ମନୋନୀତ କବି ଜୟଦ୍ରଥ ସୁନାଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା, ୨୮/୦୬(ଓଡ଼ିଆ ପୁଅ ): କବିତା ସଂକଳନ ‘ଶୋଷ’ ପାଇଁ ଏବର୍ଷର କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପାଇବାକୁ ମନୋନୀତ କବି ଜୟଦ୍ରଥ ସୁନାଙ୍କୁ କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଭବାନୀପାଟଣା ସ୍ଥିତ କଳାହାଣ୍ଡି ଲେଖକ କଳା ପରିଷଦ ସଭାଗୃହରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ବିଶିଷ୍ଟ ଔପନ୍ୟାସିକ ରାସବିହାରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କବି ଅଖିଳ ନାୟକ ମୁଖ୍ୟବକ୍ତା ଓ ଓଡ଼ିଶାର ଏକମାତ୍ର ସାହିତ୍ୟ ଭିତ୍ତିକ ସମ୍ବାଦ ପତ୍ରିକା ‘ସାହିତ୍ୟ କଥା’ର ସମ୍ପାଦକ ସକିତ ରତେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମାବେଶର ଆବାହକ ସୁଶୀଲ କୁମାର ବାଗ ସଭାପତିତ୍ୱ କରିଥିବା ବେଳେ କବି ଜୟଦ୍ରଥ ସୁନା ମଧ୍ୟ ମଞ୍ଚାସୀନ ଥିଲେ। ସମାବେଶର ଅନ୍ୟତମ ଆବାହକ ସୁଧୀର କୁମାର ଧଙ୍ଗଡ଼ାମାଝୀ ମଞ୍ଚ ପରିଚାଳନା କରିଥିଲେ। ଯୁବ କବି ପ୍ରଶାନ୍ତ ଦାଶ ଅତିଥି ପରିଚୟ ଓ ଯୁବ ଗାଳ୍ପିକ ଯତୀନ୍ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଯୁବକବି ଅର୍ଜୁନ ଗୋପାଳ ଓ ଯାଦବେନ୍ଦ୍ର ସାହା ପୁରସ୍କୃତ ପୁସ୍ତକ ‘ଶୋଷ’ରୁ କିଛି କବିତା ପାଠ କରିଥିଲେ। କବି ଜୟଦ୍ରଥଙ୍କୁ କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ପରେ ବିଭିନ୍ନ ସାହିତ୍ୟାନୁଷ୍ଠାନ ଓ ସାହିତ୍ୟପ୍ରେମୀମାନେ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ମଞ୍ଚାସୀନ ଅତିଥିମାନଙ୍କ ସମେତ ଗାଳ୍ପିକ ସୁକାନ୍ତ ସାହୁ, ନାଟ୍ୟକାର ପରମେଶ୍ୱର ମୁଣ୍ଡ, କବି ବିଶ୍ୱରଞ୍ଜନ ପଣ୍ଡା, ମଳୟ କରୁଆଁ, କର୍ଣ୍ଣ ଗହୀର, ଆଇନଜୀବୀ ଜଗନ୍ନାଥ ମୁଣ୍ଡ, ପ୍ରଫେସର୍ ଗୋପବନ୍ଧୁ ବେହେରା, କବି ମିନତୀ କୁମାରୀ ପ୍ରଧାନ ପ୍ରମୁଖ ଶ୍ରୀ ସୁନା ଓ ତାଙ୍କ କବିତା, କଳାହାଣ୍ଡିର ସାରସ୍ୱତ ସାଧକମାନଙ୍କ ବୈଶିଷ୍ଟ୍ୟ ତଥା ଓଡ଼ିଆ ସାହିତ୍ୟରେ ସେମାନଙ୍କ ସ୍ଥାନ ସମ୍ପର୍କରେ ଆଲୋକପାତ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଯୁବ ଲେଖକ ଡିଲେଶ୍ୱର ରଣା। ଏଥିରେ ପ୍ରକାଶ ନିଶଙ୍କ, ଅଶୋକ ଖମାରୀ, ସନ୍ତୋଷ ଶତପଥୀ, ସନ୍ତୋଷ ରଥ, ଲଳିତ କାନୁନ୍ଗୋ, ବିଜୟ ପ୍ରଧାନ, ତପନ ରଥ, ଆନନ୍ଦିନୀ ପାତ୍ରଙ୍କ ସମେତ ବହୁ ଲେଖକ ଲେଖିବା ଓ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ଯୁବକବି ଦକ୍ଷ ସାହୁ, ଯୁଧିଷ୍ଠିର ମୁଦୁଲି, ସଂହିତା ରଥ, ସାବିତ୍ରୀ ମହାରଣା, ରିଙ୍କୁ ସୁନା, ବିକ୍ରମ ବେନିଆଁ ପ୍ରମୁଖ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top