ସାହିତ୍ୟିକ ପ୍ରଭାକର ମଲ୍ଲିକଙ୍କ ସ୍ମୃତିରେ ସ୍ମରଣିକା ଉନ୍ମୋଚିତ

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପ୍ରଭାକର ମଲ୍ଲିକ ସାହିତ୍ୟ ଜଗତରେ ଜଣେ ପ୍ରତିଭାବାନ୍ ବ୍ୟକ୍ତି ଥିଲେ। ଓଡିଶା ସାହିତ୍ୟ ମାନଚିତ୍ରରେ ଭଦ୍ରକକୁ ପରିଚିତ କରାଇଥିଲେ। ସେ ଏକାଧାରରେ ସାହିତ୍ୟିକ, ସମ୍ବକାର, ଶିକ୍ଷାବିତ୍ ଥିଲେ ବୋଲି ତାଙ୍କ ଏକାଦଶାହ ଅବସରରେ ଭଦ୍ରକ ପୂଜ୍ୟପୂଜା ସଂସଦ ପକ୍ଷରୁ ଅନୁଷ୍ଠିତ ସ୍ମୃତି ସଭାରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି। କରୁଣାକର ବେହୁରିଆ ଓ ଅଭୟ ଦ୍ୱିବେଦୀଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସଭାରେ ଭଗବାନ ନାୟକ, ବ୍ରଜକିଶୋର ମିଶ୍ର, ଅଜୟ ନାୟକ, ଅମର ନାୟକ, ସୁଧାକର ରାଉତ, ପଦ୍ମକାନ୍ତ ଧଳ, ପୂର୍ଣ୍ଣଚନ୍ଦ୍ର ଦାଶ, ବିଭୁତି ଭୂଷଣ ସେନାପତି, ଅମରେଶ ବିଶ୍ୱାଳ, ପ୍ରମୋଦ ନାୟକ, ଶାନ୍ତନୁ ରାଉତ, ହରେକୃଷ୍ଣ ନାୟକ, ହରିଶ୍ ଦାଶ, ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ଗୋବର୍ଦ୍ଧନ ସାମଲ, ସଦାନନ୍ଦ ସାହୁ, ଶରତ କୁମାର ନାୟକ, ବିପ୍ଳବ କୁମାର ହୋତା, ପି. ହୃଷିକେଶ, ପବିତ୍ର ପାଣିଗ୍ରାହୀ, ନିର୍ମଳ ରାଉତ, ବସନ୍ତ ମିଶ୍ର, ଗୀତାରାଣୀ ଆଇଚ, ସଚ୍ଚିକାନ୍ତ ନାୟକ, କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ବୈକୁଣ୍ଠ ବିଶ୍ୱାଳ, ରୂପକ ରାୟଙ୍କ ସମେତ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଓ କବିମାନେ ଯୋଗଦେଇ ସ୍ୱର୍ଗତ ମଲ୍ଲିକଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ‘ଅସ୍ତହୀନ ପ୍ରଭାକର’ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ପ୍ରାରମ୍ଭରେ ବିଜୟ କୁମାର ବହଳୀ ଗୀତା ପାଠ କରିଥିବା ବେଳେ, ସ୍ୱର୍ଗତ ମଲ୍ଲିକଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।

Leave a Reply

Your email address will not be published. Required fields are marked *