ଓଡ଼ିଶା

ସାହାସୀ ବାଳକ ସଚିନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର, ୨୪ ମଇ (ଓଡ଼ିଆ ପୁଅ) ରାଇରଙ୍ଗପୁରର ସାହାସୀ ବାଳକ ସଚିନ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି। ସୂଚନାଯୋଗ୍ୟଯେ ଚଳିତ ବର୍ଷ ମାର୍ଚ୍ଚ ୬ ତାରିଖରେ ରାଇରଙ୍ଗପୁରଠାରେ ଏକ ଦୁଇ ମହଲା କୋଠା ଉପରୁ ଗୋଟିଏ ଶିଶୁ କନ୍ୟା ଖସି ପଡୁଥିବା ବେଳେ ସଚିନ ତାଙ୍କୁ କ୍ୟାଚ୍ ଭଳି ଧରି ନେଇ ପିଲାଟିର ଜୀବନ ରକ୍ଷା କରିଥିଲେ। ତାଙ୍କର ଏହି ଅଭୁତପୂର୍ବ ସାହାସ ଓ ବୁଦ୍ଧିମତା ପାଇଁ ସେ ବିଭିନ୍ନ କ୍ଷେତ୍ରରୁ ପ୍ରଶଂସା ପାଇଛନ୍ତି।

ମୁଖ୍ୟମନ୍ତ୍ରୀ ସଚିନଙ୍କ ସାହସ ଓ ବିଚକ୍ଷଣ ବୁଦ୍ଧିମତାର ଉଚ୍ଚ ପ୍ରଶଂସା କରିବା ସହିତ ତାଙ୍କୁ ରୂପା ତାରକସିର ଏକ ଉପହାର ପ୍ରଦାନ କରିଥିଲେ। ସେ ଏକ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top