ଜିଲ୍ଲା ପରିକ୍ରମା

ସାହାସପୁର ପଞ୍ଚାୟତର ପ୍ରମୁଖ ଗ୍ରାମ୍ୟ ରାସ୍ତା ଦୁରାବସ୍ଥା

ଯାଜପୁର -୧୧/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ବ୍ଲକ ସାହାସପୁର ପଞ୍ଚାୟତର ପ୍ରମୁଖ ଗ୍ରାମ୍ୟ ରାସ୍ତା ଦୁରାବସ୍ଥା ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ ହେଉଛି । ଏହି ରାସ୍ତାକୁ ନିର୍ମାଣ କରିବା ପାଇଁ ଗ୍ରାମବାସୀ ସ୍ଥାନୀୟ ଜନପ୍ରତିନିଧି ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଦାବୀ କରୁଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ପଞ୍ଚାୟତର ୫ଟି ୱାର୍ଡ଼ର ଅଧିବାସୀ ମାନେ ଯାତାୟାତ କରିଥାନ୍ତି । ବର୍ଷା ଜମି ରହିବା ଯୋଗୁଁ ଛୋଟ ଛୋଟ ପିଲାମାନେ ଅଙ୍ଗନାବାଡ଼ି କେନ୍ଦ୍ରକୁ ଯାଇପାରୁ ନଥିବା ଦେଖିବାକୁ ମିଳିଛି । ରାସ୍ତାରେ ଦୀର୍ଘ ଦିନ ଧରି ବର୍ଷା ଜଳ ଜମି ରହୁଥିବା ଯୋଗୁଁ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ତୁରନ୍ତ ରାସ୍ତା ମରାମତି କରିବା ପାଇଁ ଅଞ୍ଚଳବାସୀ ଜିଲାପାଳଙ୍କ ଠାରେ ନିବେଦନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top