ସାହାରପଡାରେ କ୍ୟାଣ୍ଡେଲ ଶୋଭାଯାତ୍ରା

ତୁରୁମୁଙ୍ଗା ୧୯-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଆମର ଆତ୍ମାର ସଦଗତି ପାଇଁ ଆଜି ସନ୍ଧ୍ୟାରେ ସାହାରପଡ଼ାରେ ଏକ କେଣ୍ଡେଲ ଶୋଭାଯାତ୍ରା ହୋଇଯାଇଛି। ସ୍ଥାନୀୟ ହନୁମାନ ପିଣ୍ଡିଠାରୁ ଆରମ୍ଭ ହୋଇ ସର୍ବେଶ୍ୱର ଶିବ ମନ୍ଦିର ପର୍ଯ୍ୟନ୍ତ ଯାଇ ବାଜପେୟୀଙ୍କ ଫଟୋରେ ପୁଷ୍ପମାଲ୍ୟ ଦିଆଯାଇଥିଲା। ଏହି ଶୋଭାଯାତ୍ରାରେ ସାହାରପଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୌତମ ନାଏକ, ଯୋଗେଶ୍ୱର ଲେୟାଙ୍ଗୀ, ନିରୋଜ ମହାନ୍ତ, ମୁନା ଦିଗାର, ଜଗଦୀଶ ମହାନ୍ତ, କୈଳାଶ ମହାନ୍ତ, ତ୍ରିଲୋଚନ ମହାନ୍ତ, ଦୁର୍ଯ୍ୟୋଧନ ମହାନ୍ତ, କାଳିଆ ମହାନ୍ତଙ୍କ ସମେତ ଶତାଧିକ ଜନ ସାଧାରଣ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *