ସାହାରପଡା ଭା.ଜ.ପା ତରଫରୁ ବାଜପେୟୀଙ୍କ ବିୟୋଗରେ ଶୋକସଭା

ତୁରୁମୁଙ୍ଗା ୧୮-୮ (ଓଡ଼ିଆ ପୁଅ) ଲୋକପ୍ରିୟ ନେତା ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ପୂର୍ବତନ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ସାହାରପଡା ବଜାରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଓ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏହି ଶୋକ ସଭାରେ ବିଜେପିର କାର୍ଯ୍ୟକର୍ତ୍ତାମାନେ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଚାରଣ କରିବା ସହିତ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଉପସ୍ଥିତ ଜନସାଧାରଣ ବାଜପେୟୀଙ୍କ ଫଟୋ ଚିତ୍ରରେ ଧୂପ ଓ ପୁଷ୍ପଦାନ କରିଥିଲେ। ଏହି ଶୋକ ସଭାରେ ପୂର୍ବତନ ସାଂସଦ ଅନନ୍ତ ନାଏକ, ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ଉପସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ପାଟଣା ବିଧାୟକ ଗୌରହରି ନାଏକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ, ଭବାନୀ ଶଙ୍କର ନାଏକ, ସାହାରପଡା ବ୍ଲକ ଅଧ୍ୟକ୍ଷା ରମ୍ଭାବତୀ ଦେହୁରୀ, ଉଦୟପୁର ମଣ୍ଡଳ ସଭାପତି ସୁଦର୍ଶନ ମହାନ୍ତ, ଆଇନଜୀବୀ ମହେଶ୍ୱର ପୃଷ୍ଟି, ଶିବାଜୀ ଗୌତମ ମହାନ୍ତ ବର୍ମା, ସୁବାଷ ମହାନ୍ତ, କଳ୍ପତରୁ ମହାନ୍ତ, ସମାଜସେବୀ ପଞ୍ଚାନନ ସେଠୀ, ରାମ ସିଂ, ଅଶ୍ୱନୀ ମହାନ୍ତ, ବୁଲୁ ବାରିକଙ୍କ ସମେତ ବ୍ଲକର ୨୦ ଟି ପଞ୍ଚାୟତର ସରପଞ୍ଚ ସମିତିସଭ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ତଥା ଜିଲ୍ଲାର ଓ ସାହାରପଡାର ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକଶୋଭା କରାଯାଇଥିଲା।

Leave a Reply

Your email address will not be published. Required fields are marked *