ଜିଲ୍ଲା ପରିକ୍ରମା

ସାହାଯ୍ୟ ଓ ସହଯୋଗର ଅନ୍ୟନାମ ; ବିଧାୟକ ଇଂ ପ୍ରୀତିରଂଜନ ଘଡେଇ

ଯାଜପୁର-୨୮/୭(ଓଡିଆ ପୁଅ/ଏ.ରାଉତ) ସାହାଯ୍ୟ ଓ ସହେଯାଗର ଅନ୍ୟନାମ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଂଜନ ଘଡେଇ। ବିଧାୟକ ଶ୍ରୀ ଘଢେଇ ନିଜର ସେବା ମନୋଭାବ ପାଇ ନିଜ ନିର୍ବାଚନ ମଣ୍ଡଳୀ ସମେତ ଓଡିଶା ରେ ଚର୍ଚ୍ଚିତ। ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ଁସୁକିନ୍ଦା ବିଭିନ୍ନ ଅଂଚଳକୁ ଯାଇ ରୋଗୀଙ୍କ ଘରେ ପହଂଚି ତାଙ୍କୁ ଉଦ୍ଧାର କରିବା ସହିତ ବିଭିନ୍ନ ଚିକିତ୍ସାଳୟ କୁ ନେଇ ଚିକିତ୍ସା ଆରମ୍ଭ କରାନ୍ତି ବୋଲି ବହୁ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ସେଭଳି ଏକା ଘଟାଣ ଆଜି ଦେଖବାକୁ ମିଳିଛି ସୁକିନ୍ଦାଗଡ ପଂଚାୟତ ଗୋଲଖପୁର ଗ୍ରାମର ସ୍ୱର୍ଗତ ଟିମା ମୁଣ୍ଡାଙ୍କ ପୁଅ ରମିଁଆ ମୁଣ୍ଡା(୨୮) ବହୁ ଦିନ ହେଲା ଏକ ଅଜଣା ରୋଗରେ ପୀଡିତ ହୋଇଥିଲେ। ଫଳରେ ତାଙ୍କ ଗୋଡ ଓ ହାତରେ ଘା ସୃଷ୍ଟି ହେବା ସହିତ ତାହା ପାଚି ଯାଇଥିଲା। ରମେୟା ପକ୍ଷରେ ଏହି ରୋଗର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଦିନକୁଦିନ ଏହା ଅଧିକ ସଂକ୍ରମିତ ହୋଇଥିଲା। ଫଳରେ ସେ କାମଧନ୍ଦା କରିବାକୁ ଅକ୍ଷମ ହୋଇ ପଡିଥିଲେ। ଚଲାବୁଲା କରିବା ମଧ୍ୟ ରମିଁଆଙ୍କ ପକ୍ଷେ ସମ୍ଭବ ହୋଇ ନଥିଲା। ଏ ବିଷୟରେ ଖବର ପାଇ ବିଧାୟକ ଶ୍ରୀ ଘଡାଇ ରମିଁଆଙ୍କ ପାଖକୁ ଯାଇ ତାଙ୍କ ବିଷୟରେ ସମ୍ପୁର୍ଣ୍ଣ ଖବର ସଂଗ୍ରହ କରିବା ସହିତ ରମିଁଆଙ୍କୁ ଟାଟା ମେଡିକା ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଛନ୍ତି ସହିତ ରମିଁଆଙ୍କ ଚିକିତ୍ସା ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ବିଧାୟକ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top