ଜିଲ୍ଲା ପରିକ୍ରମା

ସାଳନ୍ଦୀ ବାଇପାସ୍ ରାସ୍ତା ନିର୍ମାଣ ତୁରନ୍ତ ସଂପୂର୍ଣ୍ଣ ଦାବିରେ ସ୍ମାରକପତ୍ର ପ୍ରଦାନ

ଭଦ୍ରକ, ୧-୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ସହରର ସାଳନ୍ଦୀ ନଗରର ବହୁ ଅଧିବାସୀ ମନ୍ଥର ଗତିରେ ନିର୍ମାଣ ହେଉଥିବା ଚାନ୍ଦବାଲି ବାଇପାସ୍ ରାସ୍ତାର ଦୂରାବସ୍ଥା ନେଇ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଏହାର ଏକକିତା ନକଲ ଜିଲାପାଳ, ପୌର ଅଧ୍ୟକ୍ଷ, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୁଖଙ୍କୁ ପ୍ରଦାନ କରିଛନ୍ତି। ଏହି ଅଧିବାସୀମାନଙ୍କ ମଧ୍ୟରେ ରବିନାରାୟଣ ପାଣିଗ୍ରାହୀ, ଅଭୟ କୁମାର ପଣ୍ଡା, ଦୋଳଗୋବିନ୍ଦ ନାୟକ, ଅଭୟ ଦ୍ୱିବେଦୀ, ଗୋପୀନାଥ ରାୟ, ପୁଷ୍ପାଞ୍ଜଳି ପୃଷ୍ଟି, ଶାନ୍ତିଲତା ମଣ୍ଡଳ, ପ୍ରାଣବନ୍ଧୁ ପରିଡା, କେଶବ ଚରଣ ସାମଲ, ବ୍ରଜକିଶୋର ନାୟକ, ଗଣେଶ ପ୍ରସାଦ ରାଉତରାୟ ପ୍ରମୁଖ ଉପରୋକ୍ତ ଅଧିକାରୀମାନଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ଭଦ୍ରକ ପୌରାଞ୍ଚଳର ୱାର୍ଡ ନଂ-୬, ୧୬ ଓ ୧୭ କୁ ନେଇ ଏହି ସାଳନ୍ଦୀ ନଗର ଗଠିତ। ଏବେ ଚାନ୍ଦବାଲି-ଭଦ୍ରକ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁଅଛି। ଏହି ରାସ୍ତା ଭଦ୍ରକର ସାଳନ୍ଦୀ ବାଇପାସ୍ ଛକରେ ଓ.ଟି. ରୋଡ୍ ସହିତ ମିଶୁଥିବାବେଳେ ସାଳନ୍ଦୀ ଜଳସେଚନ ଅଫିସ୍ ଠାରୁ ବାଇପାସ୍ ଛକ ପର୍ଯ୍ୟନ୍ତ ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି। ରାସ୍ତା ପ୍ରଶସ୍ତି କରଣ ଉଦ୍ଦେଶ୍ୟରେ ଯାହା ଖୋଳାଯାଇଥିଲା, ବର୍ତ୍ତମାନ ବର୍ଷାଦିନରେ ତାହା ଖାଲଢିପରେ ପରିଣତ ହୋଇ ମରଣଯନ୍ତା ପାଲଟିଯାଇଛି। ପ୍ରତିଦିନ ଦୁର୍ଘଟଣାରେ ବହୁ ଲୋକ ଆହତ ହୋଇଥିବାବେଳେ ଏହି ରାସ୍ତାରେ ଯାତାୟତ କରୁଥିବା ଶତାଧିକ ଭାରିଯାନ ଓ ଲଘୁଯାନ ଗୁଡିକ ଯିବାଆସିବାରେ ସମସ୍ୟା ସୃଷ୍ଟି ହେଉଛି। ଏହାବ୍ୟତୀତ ପଦଚାରୀଙ୍କ ଅବସ୍ଥା ମଧ୍ୟ ସେହିଭଳି। ସହରର ଏହା ଏକ ଅତ୍ୟନ୍ତ ବ୍ୟସ୍ତବହୁଳ ରାସ୍ତା ହୋଇଥିବାବେଳେ ପୂର୍ତ୍ତ ବିଭାଗର ଦାୟିତ୍ୱହୀନତା, ଉଦାସୀନତା ଓ ସମ୍ବେଦନ ହୀନ ଆଚରଣ ଓ କାର୍ଯ୍ୟକଳାପ ଯୋଗୁଁ ସେମାନେ ଏଭଳି ଦୁର୍ଦ୍ଦଶା ଭୋଗୁଥିବାରୁ ତୁରନ୍ତ ଏହି ରାସ୍ତାର ମରାମତି ନକଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ବାଛିନେବେ ବୋଲି ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top