ସାଳନ୍ଦୀ ଜୁନିୟର ମହାବିଦ୍ୟାଳୟର ଆତ୍ମରକ୍ଷା ଶିବିର

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ସାଳନ୍ଦୀ ଜୁନିୟର ମହାବିଦ୍ୟାଳୟ ଆନୁକୂଲ୍ୟରେ ବାଳିକା ମାନଙ୍କ ପାଇଁ ଆତ୍ମରକ୍ଷା ଶିବିର ଆଜି ଉଦ୍ଘାଟିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ପୁରୁଷୋତ୍ତମ ସାମଲ ଏବଂ ସମ୍ମାନିତ ଅତିଥି ଭାବେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଉପସ୍ଥିତ ଥିଲେ। ଜୁନିୟର ମହାବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ କୁମାର ସ୍ୱାଇଁ ଆଜିର ସମାଜରେ ନାରୀ ସଶକ୍ତିକରଣ ତଥା ସମାଜ ସହିତ ତାଳଦେଇ ବଂଚିରହିବା ଦିଗରେ ଏହି ଶିବିରରେ ଯଥାର୍ଥ ଆବଶ୍ୟକତା ଅଛି ବୋଲି ମତ ରଖିଥିଲେ। ପ୍ରେଗ୍ରାମ୍ ଅଫିସର ଅଧ୍ୟାପିକା ମିନତୀ ରାଉତ ଏହି ଶିବିର ହିଁ ନାରୀ ମାନଙ୍କର ସୁରକ୍ଷା ଓ ବଂଚି ରହିବାର ଅଧିକାର ଦେବ ବୋଲି ମତ ରଖିଥିଲେ। ଏହି ଉଦ୍ଘାଟନୀ ଉତ୍ସବକୁ ଅଧ୍ୟାପକ ସଚ୍ଚିଦାନନ୍ଦ ପାଣିଗ୍ରାହୀ, ଅଧ୍ୟାପକ ସୁବାଷ ଚନ୍ଦ୍ର ସାମଲ, ଅଧ୍ୟାପିକା ଅଳକା ସାହୁ ଓ ଅଧ୍ୟାପିକା ମଧୁମିତା ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପକ ରବିନ୍ଦ୍ର କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *