ଓଡ଼ିଶା

ସାଲବେଗ ଭକ୍ତି ଆନ୍ଦୋଳନ ସୁତ୍ରଧର

ପୁରୀ, ୦୫/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଭକ୍ତକବି ସାଲବେଗଙ୍କ ମହାପ୍ରୟାଣ ଉତ୍ସବ ବୁଧବାର ପୁରୀରେ ଅନୁଷ୍ଠିତ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରି ଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଲେ ସାଲବେଗ ଭକ୍ତି ଆନ୍ଦୋଳନର ସୁତ୍ରଧର। ତାଙ୍କ ରଚିତ ଭଜନରେ ଭାବ ଓ ଭକ୍ତି ରସମାରୋହ ଛଟିଛି। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସେତୁ ବାନ୍ଧିଛନ୍ତି ଭକ୍ତକବି ସାଲବେଗ, ଓଡିଆ ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସେ କହିଲେ ସାଲବେଗଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲେଖକମାନେ ସାହିତ୍ୟ ସୃଷ୍ଟି କରନ୍ତୁ। ଲୋକପ୍ରିୟ ଭଜନ କାଳଜୟୀ ହୋଇପାରିବ। ଓଡିଆ ଭାଷା ପ୍ରତିଷ୍ଠାନ ପ୍ରାକ୍ତନ ନିର୍ଦ୍ଦେଶକ ଡଃ କୈଳାସ ଚନ୍ଦ୍ର ଟିକାୟତରାୟ ସାଲବେଗ ସାଂସ୍କୃତିକ ପରିଷଦ ସଭାପତି ଚକ୍ରଧର ମହାପାତ୍ର, ଜିଲ୍ଲା ପରିଷଦ ପୂର୍ବତନ ସଭାପତି ଦିବାକର ପାତ୍ର ଏବଂ ସାହିତ୍ୟ ଏକାଡେମୀ ପୂବଂତନ ସମ୍ପାଦକ ରାଜକିଶୋର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ସଂଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏବଂ ଗୀତିକବି ଆର୍ତତ୍ରାଣ ଶତପଥୀଙ୍କୁ ଭକ୍ତ ସାଲବେଗ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ଏତଦ୍ବ୍ୟତୀତ ସାହିତ୍ୟକ ଦୁର୍ଗା ପ୍ରସାଦ ମହାପାତ୍ର, କଣ୍ଠଶିଳ୍ପୀ ମମତା ଶ୍ରୀଚନ୍ଦନ ଏବଂ ବାଦ୍ୟଶିଳ୍ପୀ ବିରଞ୍ଚି ନାରାୟଣ ପ୍ରଧାନୀଙ୍କୁ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଛି। ଓଡିଶା ସାହିତ୍ୟ ଏକାଡେମୀ ଏବଂ ଭକ୍ତକବି ସାଲବେଗ ସାଂସ୍କୃତିକ ପରିଷଦ ତରଫରୁ ମିଳିତ ଭାବେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପରିଷଦ ସାଧାରଣ ସମ୍ପାଦକ ସଦାଶିବ ମିଶ୍ର, ଏକାଡେମୀ ସମ୍ପାଦକ ଜୟନ୍ତୀ ରଥ ଏବଂ ଅଭିନନ୍ଦନିକା ସମ୍ପାଦକ ଶ୍ୟାମପ୍ରକାଶ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କଣ୍ଠଶିଳ୍ପୀ ମନ୍ମଥ ମିଶ୍ର ମମତା ଶ୍ରୀଚନ୍ଦନ, ଅଶୋକ କୁମାର ମହାନ୍ତି, ଦେବାଂଶୀ ଦାଶ ଭଜନ ପରିବେଷଣ କରିଥିଲେ। ନବ ପ୍ରତିଭା ପକ୍ଷରୁ ଗୁରୁ ଅଶୋକ କୁମାର ଦାସଙ୍କ ନିର୍ଦ୍ଦେଶନାରେ ରୋଜାଲିନ୍ ପଣ୍ଡା ଓଡିଶା ନୃତ୍ୟ ମାଧ୍ୟମରେ ଆହେ ନୀଳଶୈଳ ଅଭିନୟ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top