ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପାଇଁ ରୋଜଗାର ସୁଯୋଗରେ ହେବ ବ୍ୟାପକ ବୃଦ୍ଧି – ଧର୍ମେନ୍ଦ୍ର ପ୍ରଧାନ

– ଲକ୍ଷେ ଆରୋଗ୍ୟ ମିତ୍ରଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରିବାପାଇଁ ଦକ୍ଷତା ତାଲିମ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ
– ନ୍ୟାସନାଲ ସ୍କିଲ ଡେଭଲପମେଂଟ କର୍ପୋରେସନ ଓ ନ୍ୟାସନାଲ ହେଲ୍ଥ ଏଜେନ୍ସି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
– କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଉପସ୍ଥିତିରେ ହେଲା ବୁଝାମଣା ପତ୍ର ସ୍ୱାକ୍ଷର

ନୂଆଦିଲ୍ଲୀ ଭୁବନେଶ୍ୱର, ୨୭ ଅଗଷ୍ଟ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃ୍ରଷ୍ଟି ସମ୍ପନ୍ନ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଏବଂ ଭାରତକୁ ଦକ୍ଷତା ବିକାଶର ବିଶ୍ୱ ରାଜଧାନୀ କରିବାର ଦୃଷ୍ଟିକୋଣକୁ ଆଗକୁ ବଢାଇ ଦକ୍ଷତା ବିକାଶ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହଯୋଗରେ ୧ ଲକ୍ଷ ଆରୋଗ୍ୟ ମିତ୍ରଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରିବା ପାଇଁ ଦକ୍ଷତା ତାଲିମ ଦିଆ ଯିବ ବୋଲି ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ସୋମବାର ଦିନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଉପସ୍ଥିତିରେ ନ୍ୟାସନାଲ ସ୍କିଲ ଡେଭଲପମେଂଟ କର୍ପୋରେସନ ଓ ନ୍ୟାସନାଲ ହେଲ୍ଥ ଏଜେନ୍ସି ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ପତ୍ର ଆଧାରରେ ପ୍ରଧାନମନ୍ତ୍ରୀ ଜନୌଷଧି ଯୋଜନା ଏବଂ ନ୍ୟାସନାଲ ହେଲଥ ଏଜେନ୍ସି ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡିକୁ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପାଇଁ ତାଲିକାଭୁକ୍ତ କରିବେ। ଏହି ସମସ୍ତ ତାଲିକାଭୁକ୍ତ ଡାକ୍ତରଖାନା ଗୁଡିକରେ ଆରୋଗ୍ୟ ମିତ୍ର ମାନଙ୍କୁ ଅବସ୍ଥାପିତ କରିବା ପାଇଁ ସ୍ଥିର ହୋଇଛି।

ଏହି ଆରୋଗ୍ୟ ମିତ୍ର ମାନେ ହିତାଧିକାରୀ ଜାଂଚ, ଇଂଟରନେଟ ଉପଲବ୍ଧ ଓ ଇଂଟରନେଟ ଉପଲବ୍ଧ ନ ଥିବା ସ୍ଥିତିରେ ହିତାଧିକାରୀ ଚିହ୍ନଟକୁ ସୁନିଶ୍ଟିତ କରିବା, ହିତାଧିକାରୀଙ୍କ ପ୍ରଶ୍ନର ଉତର ଦେବା, ଅଭିଯୋଗର ସମାଧାନ କରିବା ତଥା ଜରୁରୀକାଳୀନ ମାମଲା ଗୁଡିକୁ ଦେଖିବା ଭଳି କାମ କରିବେ। ଏହି ଅବସରରେ ଏହି ବୁଝାମଣା ଦେଶରେ ରୋଜଗାର ଓ ନିଯୁକ୍ତି ସୁଯୋଗକୁ ସଂପ୍ରସାରିତ କରିବା ପାଇଁ ଯୁବ ପୀଢୀକୁ ଉପଯୁକ୍ତ ତାଲିମ ସହ ଦକ୍ଷ କରିବାକୁ ପଡିବ ବୋଲି କେନ୍ଦ୍ର ମନ୍ତ୍ରୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତିା

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହେବା ସହ ନିଯୁକ୍ତି ସୁଯୋଗ ଓ ଏହି କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ଏକ ବଡ ଆବଶ୍ୟକତା ସୃଷ୍ଟି ହୋଇଛି।

ଯେହେତୁ ଏହି ଯୋଜନା ବିନା ନଗଦ ଟଙ୍କା ନେଣ ଦେଣ, ବିନା କାଗଜପତ୍ର ଓ ଜ୍ଞାନକୌଶଳ ଆଧାରରେ ଚାଲିବା ଦ୍ୱାରା ସ୍ୱଚ୍ଛତା ସୁନିଶ୍ଚିତ ହେବ ଏହା ଉପଯୁକ୍ତ ତାଲିମ ପ୍ରାପ୍ତ ମାନବ ସମ୍ବଳ ଏହି କାର୍ଯ୍ୟ ପରିଚାଳନା ପାଇଁ ଜରୁରୀ। ଏହି ବୁଝାମଣା ପତ୍ର ଆଧାରରେ ଏହି ବଡ ଆବଶ୍ୟକତାକୁ ପୂରଣ କରା ଯାଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତିା

ଦକ୍ଷତା ବିକାଶ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ, ଅନୁପ୍ରିୟା ପଟେଲ ତଥା ଉଭୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *