ଜଗତସିଂହପୁର

ସାର୍ବଜନୀନ ଦୂର୍ଗାପୂଜା ପାଇଁ ବ୍ୟାପକ ପ୍ରସ୍ତୁତି

ତିର୍ତ୍ତୋଲ୧୨/୧୦ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ବିଭିନ୍ନ ସ୍ଥାନରେ ସାର୍ବଜନୀନ ପାର୍ବଣ ଦୂର୍ଗାପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି। ଥାନାଗଡ଼ା, ନରୁଆ, ଜଗନ୍ନାଥପୁର, ବିଷନପୁର(ମଣପୁର), ନାରିଜଙ୍ଗ ତାରେଣୀପୀଠ, ଦାଇଁଲୋ ପଞ୍ଚାୟତର ହବେଳୀ ଠାରେ ସାର୍ବଜନୀନ ଦୂର୍ଗାପୂଜା ନିମନ୍ତେ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୁଉଚ୍ଚ ତୋରଣ, ରଙ୍ଗିନ ଆଲୋକମାଳା, ବର୍ଣ୍ଣାଢ଼୍ୟ ପରିବେଶ ସୃଷ୍ଟି ହୋଇଛି ପାର୍ବଣ ପୂଜା ପୂର୍ବରୁ। ଶରତ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହାବେଳୀ ଗ୍ରାମବାସୀଙ୍କ ପକ୍ଷରୁ ଅଷ୍ଟପ୍ରହର ଗାଦି ସମ୍ମୁଖସ୍ଥ ଦୂର୍ଗା ମଣ୍ଡପରେ ନବମ ବାର୍ଷିକ ପୂଜା ବିବିଧ ମାଙ୍ଗଳିକ ଅନୁଷ୍ଠାନ ସହିତ ପାଳନ ହେବାକୁ ଯାଉଛି। ବିଲ୍ୱାଧିବାସ, ନବପତ୍ରିକା ସ୍ନାନ ଓ ଚକ୍ଷୁଦାନ, ସପ୍ତମୀପୂଜା, ଅଷ୍ଟମୀ ପୂଜା, ସନ୍ଧିପୂଜା, ନବମୀ ପୂଜା, ଚଣ୍ଡୀ ହୋମ, ଦଶମୀ ପୂଜା, ଅପରାଜିତା ପୂଜା ସହିତ ଭଜନ, କିର୍ତ୍ତନ, ମେଲୋଡ଼ି ପ୍ରଭୃତି ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ୨୦ ତାରିଖ ଶନିବାର ଭଷାଣି ଯାତ୍ରା ଅନୁଷ୍ଠିତ ହେବବୋଲି ହାବେଳୀ ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top