ଓଡ଼ିଶା

ସାରସ୍ୱତ ସାଧକ ଇନ୍ଦୁଭୂଷଣ କରଙ୍କ ତିନିଖଣ୍ଡି – ମହାର୍ଘ ପୁସ୍ତକ ଲୋକାର୍ପଣ ଉତ୍ସବ

ଭୁବନେଶ୍ୱର – ୦୯.୦୬.୨୦୧୮ (ଓଡ଼ିଆ ପୁଅ) ଭୁବନେଶ୍ୱର ସ୍ଥିତ ପ୍ରମୁଖ ପ୍ରକାଶନ ସଂସ୍ଥା ‘ଇମେଜ ପବ୍ଲିକେସନ’ ଆନୁକୁଲ୍ୟରେ ୦୯.୦୬.୨୦୧୮ ସଂଧ୍ୟା ୬ଟାରେ, ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଚିବ, ସାରସ୍ୱତ ସାଧକ, ଇନ୍ଦୁଭୂଷଣ କରଙ୍କ ଦ୍ୱାରା ଲିଖିତ –‘କଳା, ସାହିତ୍ୟ, ସଂସ୍କୃତ ‘ଏକ୍ଷସଜ୍ଞକ୍ଟ୍ରଗ୍ଦରଗ୍ଦ କ୍ଟଲ ଙୟସଗ୍ଦଷବଦ୍ଭ ଉଙ୍କକ୍ଷଗ୍ଧଙ୍କକ୍ସର’ ଓ ଏକ୍ଷସଜ୍ଞକ୍ଟ୍ରଗ୍ଦରଗ୍ଦ କ୍ଟଲ ଓଦ୍ଭୟସବଦ୍ଭ ଞଷରବଗ୍ଧକ୍ସର’ ଲୋକାର୍ପିତ ହୋଇଥିଲା। ଏହି ପୁସ୍ତକ ଲୋକାର୍ପିତ ଉତ୍ସବରେ ଉଦ୍ ଘାଟକ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଭାଷାତତ୍ୱବିତ୍ ପଦ୍ମଶ୍ରୀ ଡ଼. ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦାନ କରି, କହିଥିଲେ, ସାରସ୍ୱତ ସାଧକ, ଇନ୍ଦୁଭୂଷଣ କରଙ୍କ ଏହି ୩ ଖଣ୍ଡି ମହାର୍ଘ ପୁସ୍ତକ, ଓଡ଼ିଆ ସାହିତ୍ୟ ସଂସ୍କୃତ ଓ ଭାରତୀୟ ନାଟ୍ୟ ସାହିତ୍ୟକୁ ଅମୂଲ୍ୟ ଅବଦାନ। କବି, ପ୍ରାବନ୍ଧିକ ନାଟ୍ୟ ସମୀକ୍ଷକ ଓ ସୁସଂଗଠକ ଭାବରେ ସେ କରଙ୍କୁ ବେଶ୍ ପ୍ରଶଂସା କରିଥିଲେ। ବିଶିଷ୍ଟ ଗବେଷକ, ପ୍ରଫେସର, ଡ଼. ବସନ୍ତ ପଣ୍ଡା ବିଶିଷ୍ଟ ସ୍ତମ୍ଭକାର ସାହିତ୍ୟିକ, ଅଧ୍ୟାପକ ବିଶ୍ୱରଞ୍ଜନ ଓ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ, ପୁସ୍ତକ ଗୁୁଡ଼ିକର ବିସ୍ତୃତ ସମୀକ୍ଷା କରି, ଲେଖକର ଏହି ପ୍ରକାର ସୃଜନାତ୍ମକ କୃତି ର ପ୍ରଶଂସା କରିଥିଲେ।

ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ – ନାଟ୍ୟକାର, ଗାଳ୍ପିକ ପ୍ରାଧ୍ୟାପକ, ରମେଶ ଦାସ। ଲେଖକ ଇନ୍ଦୁଭୂଷଣ କର, ତାଙ୍କ ଅଭିଭାଷଣରେ ନିଜ ସାହିତ୍ୟ ମାଧ୍ୟମରେ ସାହିତ୍ୟିକ ଆଭିମୁଖ୍ୟ ବିଷୟ କହିଥିଲେ। ଏହି ଉତ୍ସବରେ ପ୍ରତିଭାଧର କଳାକାର ଶ୍ରୀ ବିଭୁ ପ୍ରସୁନ ଦାସଙ୍କୁ ଇମେଜ୍ ତରଫରୁ ସମ୍ବର୍ଦ୍ଧତ କରାଯାଇଥିଲା।

ଉତ୍ସବର ପ୍ରାରମ୍ଭରେ ଆବାହକ, ଇମେଜ୍ ପବ୍ଲିକେସନ ତରଫରୁ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଉତ୍ସବରେ ପୁସ୍ତକ ଲୋକାର୍ପଣ ଉତ୍ସବରେ ଲେଖକ ଇନ୍ଦୁଭୁଷଣ କରଙ୍କ ୮୩ ତମ ଜନ୍ମ ଜୟନ୍ତୀ ଅବସରରେ, ଓଡ଼ିଶା ନାଟ୍ୟ ସଂଘ, ସାହିତ୍ୟାୟନ, ଧଉଳି ଆର୍ଟ କଲେଜ ଓ ଇୟଙ୍ଖବଦ୍ଭମର ଉରଦ୍ଭଗ୍ଧକ୍ସର ଲକ୍ଟକ୍ସ ଓଦ୍ଭୟକ୍ଟକ୍ଷକ୍ଟଶସମବକ୍ଷ ଝଗ୍ଧଙ୍କୟସରଗ୍ଦ ତରଫରୁ ଧୀର ମଲିକ, ପଂଚାନନ ସାମଲ, ନିରଞ୍ଜନ ମହାନ୍ତି ଓ ବିଧୁଭୂଷଣଙ୍କ ଦ୍ୱାରା ଏହି ବର୍ଷିୟାନ ଲେଖକଙ୍କୁ ପୁଷ୍ପଗୁଚ୍ଛ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଡ଼. ଜୋତିର୍ମତୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top