ରାଉରକେଲା ୯-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) :ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜାକୁ ମହାସମାରୋହରେ ପାଳନ କରିବା ପାଇଁ ସାରନଗରୀ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ବୈଠକ। ଅନୁଷ୍ଠିତ ସଭାରେ ନୂତନ କର୍ମକର୍ତା ଚୟନ କରାଯାଇଥିଲାା ସର୍ବସମ୍ମତି କ୍ରମେ ଚଳିତ ବର୍ଷ ନୂତନ କମିଟିର ସଭାପତି ଭାବେ ଶ୍ରୀଚରଣ ସାମଲ ମନୋନୀତ ହୋଇଥିବାବେଳେ କାର୍ଯ୍ୟକାରୀ ସଭାପତି ଭାବେ ଗୋକୁଳା ନନ୍ଦ ବେହେରା, ଉପସଭାପତି ସଂଜୟ ଦାସ (ଲାଲା), ନୀଳାଚଂଳ ନାୟକ, ଅଜୟ ପରିଡ଼ା, ଗଙ୍ଗାରାମ ଗୋପ, ଅଜୟ ମହାନ୍ତି ପ୍ରମୁଖଙ୍କୁ ଚୟନ କରାଯାଇଛି।ସାଧାରଣ ସମ୍ପାଦକ ଭାବେ ଦୀଲିପ କୁମାର ମଲ୍ଲିକ, ସମ୍ପାଦକ ଭାବେ ଗଣପତି ଦାସ ଓ ରମ୍ୟ ରଂଜନ ବିଶୋଇ, କୋଷାଧ୍ୟକ୍ଷ ଭାବେ ନିରଂଜନ ନାୟକ, କାଳି ଚରଣ ବିଶ୍ୱାଳ, ଅଡ଼ିଟର ଭାବେ ବିଜୟ କୁମାର ମହାନ୍ତି, ଅନୀଲ କୁମାର ମଲ୍ଲିକ ପ୍ରମୁଖ ଥିବାବେଳେ ସହ ସମ୍ପାଦକ ଭାବେ ଏ ବ୍ଲକ୍ ପାଇଁ ମନୋଜ ଗୈଡ଼, ଶଶିଭୂଷଣ ପଶାୟତ, ବି ବ୍ଲକ ପାଇଁ କରଣ ମୁର୍ମୁ, ଅର୍ଜୁନ ସିଂ, ଦେବବ୍ରତ ଜେନା, ଗଣେଶ ବେହେରା, ସନ୍ଦିପ ପାତ୍ର, ସି ବ୍ଲକ୍ ପାଇଁ ବଳରାମ ସେଠୀ, ରାକେଶ ନାୟକ, ନିଲୁ ପ୍ରଧାନ ଇ ବ୍ଲକ୍ ପାଇଁ ଶୁଭେନ୍ଦୁ ରାଉତ ପ୍ରମୁଖ ମନୋନୀତ ହୋଇଛନ୍ତି।ଉପଦେଷ୍ଟା ଭାବେ ବିନୟ କୁମାର ବେହୁରିଆ, ଡ଼ାକ୍ତର ରାହାସ ବିହାରୀ ମହାପାତ୍ର, ସୁବାଷ ପାତ୍ର କ୍ଷୀରୋଦ ସେଠୀ, ବି.ଡ଼ି ଦଣ୍ଡପାଟ, ଦିଲୀପ ମହାକୁଡ଼ ଓ ଅନୀଲ ଦେହୁରୀ ପ୍ରମୁଖ ରହିଛନ୍ତି।
