ସାରନଗରୀରେ ବିଦୁ୍ୟତକାଟ୍ ଯୋଗୁ ଜନଅସନ୍ତୋଷ

ରାଉରକେଲା/୨୯/୦୮/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ସାରନଗରୀର କେତେକ ଅଂଚଳରେ ବିଦୁ୍ୟତ ବିଭ୍ରାଟ ବର୍ଷସାରା ଲାଗି ରହୁଛି । ଏଭଳି ଅଭିଯୋଗ କରିଛନ୍ତି ସାରନଗରୀ ମଡର୍ଣ୍ଣ ଇଣ୍ଡିଆ, ଲୋକନାଥ ମାର୍କେଟ, କନଷ୍ଟ୍ରକସନ କଲୋନୀ ଓ ଆରଏଚ୍ କଲୋନୀରେ ରହୁଥିବା ବାସିନ୍ଦା । ସେମାନେ ଅଭିଯୋଗ କରିଛନ୍ତି ଯେ, ପ୍ରତିଦିନ ସଂଧ୍ୟା ସମୟରେ ନିୟମିତ ଭାବରେ ୨ରୁ ୪ଥର ବିଦୁ୍ୟତ କାଟ ହେଉଛି । ଅଧା ଘଂଟା ଲାଇନ ରହିବା ପରେ ପୁଣି ଚାଲି ଯାଉଛି । ସେହିଭଳି ରାତ୍ରୀ ୧୦ଟା କିମ୍ବା ୧୧ଟା ବେଳକୁ ସାମୟିକ ଭାବେ ବିଦୁ୍ୟତକାଟ ହେଉଛି । ଏଭଳି ଅଘୋଷିତ ବିଦୁ୍ୟତାକାଟ ହେବା ଯୋଗୁ ଏହି ଅଂଚଳର ବାସିନ୍ଦା ବିଭିନ୍ନ ଅସୁବିଧା ମଧ୍ୟରେ ଗତି କରୁଛନ୍ତି । ଛାତ୍ରଛାତ୍ରୀଙ୍କ ପାଠପଢା ତଥା ବ୍ୟବସାୟୀ ମାନଙ୍କ ପକ୍ଷରେ ସେମାନଙ୍କ ବ୍ୟବସାୟ ଚଳାଇବା କଷ୍ଟସାଧ୍ୟ ହୋଇ ପଡିଛି । ତେଣୁ ପ୍ରଶାସନର ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *