ସାମ୍ଭାବ୍ୟ ବର୍ଷା ପାଇଁ ସତର୍କତା ଅବଲମ୍ବନ କରିବାକୁ ଜିଲାପାଳ ରଂଜନ କୁମାର ଦାସଙ୍କ ଅନୁରୋଧ

ଯାଜପୁର-୬/୧୨(ଓଡିଆ ପୁଅ/ଏ.ରାଉତ) ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଆସନ୍ତା ୮ ତାରିଖ ଠାରୁ ଊପକୂଳ ଅଂଚଳ ମାନଙ୍କରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଚ୍ଥି । ସେଥିପାଇଁ ରାଜ୍ୟ ରିଲିପଂ କମିଶନରଙ୍କ ପକ୍ଷରୁ ଯାଜପୁର ଜିଲ୍ଳ୍ା ପ୍ରଶାସନକୁ ସତର୍କ ଓ ସଜାଗ ରହିବାକୁ ପରାମର୍ଶ ଦିଆଯାଇଚ୍ଥି । ମଙ୍ଗଳବାର ବିଶ୍ୱ ମୃତ୍ତିକା ଦିବସ ଅବସରରେ ମଧ୍ୟ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଏହି ସାମ୍ଭାବ୍ୟ ବର୍ଷା ସଂପର୍କରେ କୃଷକ ମାନଙ୍କୁ ଅବଗତ କରାଇବା ସହ ପାଚିଲା ଧାନ ଗୁଡିକୁ କାଟି ସୁରକ୍ଷିତ ସ୍ଥାନକୁ ନେଇଆସିବାକୁ ଏପରିକି ବିଶେଷଜ୍ଞ ମାନଙ୍କ ପରାମର୍ଶ ଅନୁସାରେ ଶତକଡା ୭୫ ଭାଗ ଧାନ ପାଚିଥିଲେ ତାହାକୁ କାଟି ସୁରକ୍ଷିତ ରଖିବାକୁ କିମ୍ୱା ଅମଳ କରି ନେବାକୁ ଅନୁରୋଧ କରିଥିଲେ । ରିଲିପଂ କମିଶନରଙ୍କ ନିଦେ୍ର୍ଦଶ ମୁତାବକ ଜିଲ୍ଳ୍ାପାଳ ଶ୍ରୀ ଦାସ ପୁନର୍ବାର ସମସ୍ତ କୃଷକ ମାନଙ୍କୁ ଏ ସଂପର୍କରେ ଅନୁରୋଧ କରିବା ସହ ନିଜର ପଂସଲ ଗୁଡିକର ସୁରକ୍ଷା ଓ ସୁରକ୍ଷିତ ସ୍ଥାନକୁ ଯଥାଶିଘ୍ର ନେଇଆସିବାକୁ ନିବେଦନ କରିଚ୍ଥନ୍ତି । କୃଷି ଅଧିକାରୀ ଓ କର୍ମଚାରୀ ମାନେ ଏ ସଂପର୍କରେ କୃଷକ ମାନଙ୍କୁ ଅବଗତ କରାଇବାକୁ ଜିଲ୍ଳ୍ାପାଳ ନିଦେ୍ର୍ଦଶ ଦେଇଚ୍ଥନ୍ତି ।

Leave a Reply

Your email address will not be published. Required fields are marked *