ଗଜପତି

ସାମ୍ବାଦିକ ସଂଘ ପକ୍ଷରୁ ବିଦାୟ କାଳିନ ସମ୍ଭର୍ଦ୍ଧନା

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସାମ୍ବାଦିକ ସଂଘ ପକ୍ଷରୁ ଏକ ବିଦାୟ କାଳିନ ସମ୍ଭର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ଏଥିରେ ପୁର୍ବତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନୁତନ ଭାବେ ଦାୟିତ୍ୱ ନେଇଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାଏକଙ୍କୁ ସ୍ୱାଗତ କରାଯାଇଛି। କାର୍ଯ୍ୟକ୍ରମରେ ଯୋଗ ଦେଇ ବହୁ ବରିଷ୍ଠ ସମ୍ବାଦିକ ପୁର୍ବତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟକାଳରେ ଘଟିଥିବା ବିଭିନ୍ନ ଘଟଣାବଳୀ ଉପରେ ଆଲୋକପାତ କରିଥିଲେ। ମୁଖ୍ୟତଃ ଜିଲାର ଗଜପତି ଉତ୍ସବର ସଫଳତା ବିଷୟରେ ସମସ୍ତେ ଆଲୋଚନା କରିବା ସହ ଏଥିରେ ପୁର୍ବତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟପକ୍ଷରେ ନୁତନ ଅଧିକାରୀ କିପରି ଭାବେ ସଫଳତାର ସହ ଜିଲାର କାର୍ଯ୍ୟକ୍ରମ ଗୁଡିକୁ ତୁଲାଇବେ ସେବିଷୟରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାଏକ, ଜିଲା କ୍ରିଡା ଅଧିକାରୀ ପ୍ରଭାକର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top