ଜିଲ୍ଲା ପରିକ୍ରମା

ସାମ୍ବାଦିକ ମାନଙ୍କୁ କାଳିପୂଜା ଅଭିନନ୍ଦନ ଜଣାଇଲେ ବ୍ଲକ ଉପାଧ୍ୟକ୍ଷ

ଖଇରା,୯/୧୧/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁ ପାରୀ ପଞ୍ଚାୟତ ପରିସରରେ ବ୍ଲକର କାର୍ଯ୍ୟରତ ସମସ୍ତ ପ୍ରିଣ୍ଟ୍ ଓ ଇଲୋକଟ୍ରୋନିକ ମିଡିଆର ସାମ୍ବାଦିକ ମାନଙ୍କୁ ୨୦୧୮ମସିହାର ଶୁଭ ଦୀପାବଳୀ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ବ୍ଲକ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ । ଏଥିରେ ଓଡିଆପୁଅ ବ୍ଲକ ପ୍ରତିନିଧି ନରେନ୍ଦ୍ର ପ୍ରସାଦ ବେହେରା,ପ୍ରମେୟ ବ୍ଲକ ପ୍ରତିନିଧି ପଦ୍ମଲୋଚନ ଦାସ, ସମାଜ ବ୍ଲକ ପ୍ରତିନିଧି କୈଳାସ ଚନ୍ଦ୍ର ଦାସ,ଧ୍ୱନିପ୍ରତିଧ୍ୱନି ବ୍ଲକ ପ୍ରତିନିଧି ଧନଞ୍ଜୟ ପଣ୍ଡା,ଆଜିକାଲି ବ୍ଲକ ପ୍ରତିନିଧି ବଳରାମ ଲେଙ୍କା ଓ ପ୍ରଗତିବାଦୀ ବ୍ଲକ ପ୍ରତିନିଧି ବଳରାମ ପଣ୍ଡା ପ୍ରମୁଖଙ୍କ ସହିତ ବ୍ଲକର ବିଭିନ୍ନ ପ୍ରାନ୍ତରରୁ କାର୍ଯ୍ୟରତ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ । ସମ୍ବିଧାନର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମଧ୍ୟମର ପ୍ରତିନିଧି ମାନଙ୍କର ସମାଜ ମଙ୍ଗଳପାଇଁ ଅନେକ ଅବଦାନ ରହିଛି । ଗଣମାଧ୍ୟମର ପ୍ରତିନିଧିମାନଙ୍କ କଲମ ମୁନରେ ବହୁତ କ୍ଷମତା ରହିଛି ,ତାଙ୍କର କଲମ ଚାଳନାରେ ସମାଜରେ ବହୁ ହିତସାଧନ ହୋଇଥାଏ, ଗଣମାଧ୍ୟମର ପ୍ରତିନିଧିମାନେ ନିଛକ ସତ୍ୟଖବର ପରିବେଷଣ କରିଥାଆନ୍ତି,ଆହୁରି ମଧ୍ୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କ କଲମ ମୁନରେ ଅନ୍ୟାୟ,ଅତ୍ୟାଚାର,ର୍ଦୁନୀତି ଦୂରୀଭୁତ ହୋଇଥାଏ,ଅସହାୟକୁ ସାହାରା ମିଳିଥାଏ,ନିରାଶ୍ରୟକୁ ଆଶ୍ରୟ ମିଳିଥାଏ,ବହୁ ଲୋକାୟିତ ପ୍ରତିଭା ମଧ୍ୟ ଲୋକଲୋଚନକୁ ଆସିପାରୀଥାଏ ,ଦୁଃଖିନୀ ଖଇରାର ଦୁଃଖକୁ ଆପଣମାନେ ଭଲଭାବରେ ଉପଲବ୍ଧି କରିପାରୁଥିବାରୁ ବାହ୍ୟଶତ୍ରୃଠାରୁ ଦୂଃଖିନୀ ଖଇରାର ଦୁଃଖ ଦୂରକରିବା ପାଇଁ ନିଛକ ସତ୍ୟ ଖବର ଲେଖନ୍ତୁ ଯାହାଦ୍ୱାରା ଏହି ଦୁଃଖିନୀ ଖଇରାର ଦୁଃଖକଥା ଖଇରାଠାରୁ ଆରମ୍ଭକରି ଦୀଲ୍ଲି ପର୍ଯ୍ୟନ୍ତ ସବୁ ମହଲ ଜାଣିବ ଯେ ଖଇରା ପ୍ରକୃତରେ ଦୁଃଖିନୀ ଓ ପ୍ରକୃତରେ ଅବହେଳା କରାଯାଇଛି ଏବଂ ହକ୍ ପାଇବାର ଅଛି ଏବଂ ଏହି ହକ୍ ପାଇଁ ଯଦିକେହି ଜଣେ ଚିନ୍ତା କରୁଥାଏ ସେବ୍ୟକ୍ତି ଜଣଙ୍କ ମୁଁ ନିଜେ ବୋଲି ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେ ଦୀର୍ଘ ୭ ବର୍ଷଧରି ବ୍ଲକ ଉପାଧକ୍ଷ ପଦବୀରେ ଥାଇ ଜନସାଧାରଣ ମାନଙ୍କ ହକ୍ ପାଇଁ ଲଢିଆସିଛି, ଯେପର୍ଯ୍ୟନ୍ତ ଖଇରାବାସୀଙ୍କୁ ସେମାନଙ୍କର ହକ୍ ନମିଳିଛି ସେପର୍ଯ୍ୟନ୍ତ ମୁଁ ମୋର ଲଢେଇଜାରି ରଖିବି ଏହି ଦୁଃଖିନୀ ଓ ଅବହେଳିତ ଖଇରାବାସୀଙ୍କ ସାହାଯ୍ୟ ଓ ସହଯୋଗରେ । ନିର୍ବାଚନ ମଣ୍ଡଳୀ ସୃଷ୍ଟିହେବାଠାରୁ ସବୁବେଳେ ସେହି ସିମୁଳିଆ ନେତାହିଁ ବିଧାୟକ ହେଉଛନ୍ତି । ସେମାନେ ସବୁବେଳେ ଦୁଃଖିନୀ ଖଇରା କହିକହି ଏହି ଖଇରାବାସୀଙ୍କୁ ଗଭିର ସମୁଦ୍ର ଭିତରକୁ ଠେଲିଦେଉଛନ୍ତି । ଖଇରା ଅଂଚଳରୁ କେବେ କେହି ବିଧାୟକ ହେବାପାଇଁ ଚାହିଁଲେବି ତାକୁ ସିମୁଳିଆ ନେତା ପଛରୁଟାଣି ଧରୁଛନ୍ତି ଉପରକୁ ଉଠିବାକୁ ଦେଉନାହାଁନ୍ତି, ତେଣୁ ଏହି ଖଇରା ଅଂଚଳବାସୀଙ୍କ ପାଇଁ ମୁଁ ସବୁବେଳେ ଚିନ୍ତା କରୁଛି ଓ ହକ୍ ମିଳିବା ପର୍ଯ୍ୟନ୍ତ ଚିନ୍ତା କରୁଥିବି ମଧ୍ୟ । ଯେପର୍ଯ୍ୟନ୍ତ ଖଇରାରୁରୁ ଯେକୌଣସି ଦଳରୁ ହେଉନା କାହିଁକି କେହିଜଣେ ବିଧାୟକ ନହୋଇଛି ସେ ପର୍ଯ୍ୟନ୍ତ ଏହି ଅବହେଲିତ ଖଇରାର ଉନ୍ନତି ପାଇଁ ସଦାସର୍ବଦା ପ୍ରଚେଷ୍ଟା ଜାରି ରଖିବା ସହିତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଚାଲୁଥିବି ବୋଲି ମୁଁ ଆପଣମାନଙ୍କ ଆଗରେ ପ୍ରକାଶ କରୁଅଛି । ସାମ୍ବାଦିକ ମାନେ ବିଜେଡି କିମ୍ବା ଅନ୍ୟ କୌଣସି ଦଳରୁ ବିଧାୟକ ହେବାନେଇ ଶ୍ରୀ ରାଉତଙ୍କୁ ପଚାରିବାରୁ ସୁଯୋଗ ମିଳିଲେ ସେ ଜନସାଧାରଣ ଓ ଶୁଭେଛୁ ମାନନଙ୍କ ସହିତ ଆଲୋଚନା କରି ଆଗକୁ ବଢିବା ପାଇଁ ପ୍ରକାଶ କରିଥିଲେ । ସ୍ୱାଧିନତାର ଦୀର୍ଘ ୭୨ବର୍ଷ ବିତି ଯାଇଥିଲେ ମଧ୍ୟ ଏବେବି ଖଇରା ବ୍ଲକକୁ ଅବହେଳା କରିବା ସହିତ ଖଇରା ବ୍ଲକରୁ କେହିବି ଜଣେ ବିଧାୟକ ହେବାର ସୁଯୋଗ ପାଇ ନାହାନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ । ଖଇରା ବାସୀଙ୍କ ହକ୍ପାଇଁ ସୁନ୍ଦର ଭାବେ କଲମ ଚାଳନା କରିବାପାଇଁ ଉପସ୍ଥିତ ସାମ୍ବାଦିକ ମାନଙ୍କ ଆଗରେ ପ୍ରକାଶ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top