ସାମ୍ବାଦିକ ପରିଚୟ ଦେଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଘଟଣାର କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବାକୁ ନେଇ ଫାଣ୍ଡି ଘେରାଉ

କେନ୍ଦୁଝର, ତା ୩୧ ଜୁଲାଇ(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅଧିନ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବରବେଡା ଛକ ନିକଟରେ ଗତ ଶନିବାର ଦିନ ୪ଜଣ ଲୋକ ଦୁଇଟି ବାଇକରେ ଆସି ମଦ୍ୟପାନ କରୁଥିଲେ ଓ ସେଠାରେ ଅସଭ୍ୟ ଭାଷାରେ କଟୁ କଥା କହୁଥିଲେ।

ଶନିବାର ଦିନ ଢେଙ୍କିକୋଟ ଠାରୁ ସାପ୍ତାହିକ ହାଟ ସାରି ବରବେଡା ଗ୍ରାମର କେତେ ଜଣ ମହିଳା ଘରକୁ ଫେରୁଥିବା ବେଳେ ଅସଭ୍ୟ ଭାଷାର କଟୁ କଥା ଶୁଣି ଗ୍ରାମରେ ଯାଇ ଲୋକମାନଙ୍କୁ ଜଣାଇଥିଲେ।

ଗ୍ରାମର କେତେ ଜଣ ଯୁବକ ଘଟଣାସ୍ଥଳକୁ ଆସି ସେମାନଙ୍କୁ ଅସଭ୍ୟ ଭାଷା ପ୍ରୟୋଗ ନକରିବା ପାଇଁ ମନା କରିବା ସହ ବୁଝାଇଥିଲେ। ସେମାନେ ନିଜକୁ ଟିଭି ଚ୍ୟାନେଲର ସାମ୍ବାଦିକ ପରିଚୟ ଦେଇ ଯୁବକମାନଙ୍କ କଥା ନଶୁଣି ଯୁବକମାନଙ୍କୁ ବହୁତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ସହ ମାଡ ମାରିଥିବାର ଅଭିଯୋଗ ହେଇଛି।

ସୂଚନା ମୁତାବକ ଘଟଗାଁ ଅଞ୍ଚଳର ଯୋଗେସ ପଣ୍ଡା ନାମକ ଜଣେ ବ୍ୟକ୍ତି ସାଙ୍ଗରେ ୩ଜଣ ସାଙ୍ଗଙ୍କୁ ନେଇ ନିଜକୁ ଟିଭି ଚ୍ୟାନେଲର ପ୍ରତିନିଧି ପରିଚୟ ଦେବାସହ ପରିଚୟ ପତ୍ର ଦେଖାଇ ଏଭଳି କାର୍ଯ୍ୟ କରିଥିବାର ଫାଣ୍ଡିରେ ଅଭିଯୋଗ ହୋଇଥିବାର ଜଣାପଡିଛି।

ଖବର ନେବାରୁ ଜଣାପଡିଛି ଯେ ବରବେଡା ଗ୍ରାମର ବସନ୍ତ ବେହେରା ଓ ଆଦିତ୍ୟ ବେହେରା ଶନିବାର ସନ୍ଧ୍ୟା ସମୟରେ ଢେଙ୍କିକୋଟ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଫାଣ୍ଡି ଅଧିକାରୀ କୌଣସି ଆଖିଦୃଶିଆ ପଦକ୍ଷେପ ନନେବା ସହ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ।

ତାହାକୁ ନେଇ ଅଭିଯୋଗ କରିଥିବା ବ୍ୟକ୍ତି ଫାଣ୍ଡିର ଅଧିକାରୀଙ୍କୁ ଅଭିଯୋଗ ପତ୍ରର ଏକକିତା ନକଲ କପି ମାଗିଥିଲେ। ନକଲ କପି ନଦେବା ସହ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ନେଇ ବରବେଡା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଲୋକମାନେ ମଙ୍ଗଳବାର ଦିନ ଢେଙ୍କିକୋଟ ଫାଣ୍ଡିକୁ ଘେରାଉ କରିଥିବାର ଜଣାପଡିଛି।

ଫାଣ୍ଡି ଅଧିକାରୀ ଅଭିଯୁକ୍ତ ସାମ୍ବାଦିକ ବିରୁଦ୍ଧରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନନେବାର କାରଣ କ’ଣ ହୋଇପାରେ ତାହା ଜନ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଏହାକୁ ନେଇ ଅଭିଯୋଗକାରୀ ଘଟଗାଁ ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି। ଥାନା ଅଧିକାରୀ ଷ୍ଟେସନ ଡ୍ରାଇରି କରିବା ସହ ତୁରନ୍ତ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି।

ଉକ୍ତ ଘଟଣାର କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଗଲେ ଅଭିଯୋଗକାରୀ ଓ ଗ୍ରାମବାସୀ କେନ୍ଦୁଝର ଆରଖି ଅଧିକ୍ଷକ ଓ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବା ସହ ଆଗାମୀ କାଲିରେ ଘଟଗାଁ ଠାରୁ କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିବାର ଚେତାବନୀ ଦେଇଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁସାରେ ବରବେଡା ଛକ ନିକଟରେ ଥିବା ଢାବା ଗୁଡିକ ବେଆଇନ୍ ଭାବେ ମଦ ବିକ୍ରିକୁ ନେଇ ବାରମ୍ବାର ଏହିଭଳି ଘଟଣାମାନ ଦେଖିବାକୁ ମିଳୁଛି। ଏହାକୁ ନେଇ ବାରମ୍ବାର ଖବର କାଗଜରେ ପ୍ରକାଶ ପାଇଥିଲେ ମଧ୍ୟ ଅବକାରୀ ବିଭାଗ ଓ ପୋଲିସ ନଜର ପଡୁନଥିବା ସହ ମାସିକ ମୋଟା ଅଙ୍କର ପକେଟ ଗୁଞ୍ଜା ନେଇ ମଦ କାରବାରକୁ ପଶ୍ରୟ ଦେଉଥିବାର ଅଭିଯୋଗ ହୋଇଛି।

ଏହି ହୋଟେଲ ଓ ଢାବା ଗୁଡ଼ିକରୁ ମଦପାନ କରି ମଦ୍ୟପ ମାନଙ୍କ ଦୋରାତ୍ମ୍ୟ ବଢୁଥିବାର ଦେଖାଯିବାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀଙ୍କ ଦାବି ହୋଇଛି।

Leave a Reply

Your email address will not be published. Required fields are marked *