ସାମ୍ବାଦିକଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ସାମ୍ବାଦିକ ମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରାଉରକେଲା/୧୪/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥସମ୍ଭର ଆଖ୍ୟା ପ୍ରଦାନ କରାଯାଇଛି । ମାତ୍ର ଚତୁର୍ଥସ୍ତମ୍ଭର ଜାଗ୍ରତ ପ୍ରହରୀ ସାମ୍ବାଦିକ ମାନେ ନିଜ କର୍ତବ୍ୟ ସମ୍ପାଦନ କରୁଥିବା ବେଳେ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି । ଗତ ୫ ତାରିଖରେ ବାଙ୍ଗାଲୁରୁ ଠାରେ ଜଣେ ବରିଷ୍ଠ ସାମ୍ବାଦିକା ତଥା ସମ୍ପାଦିକା ଗୌରି ଲଙ୍କେଶକୁ ଅସାମାଜିକ ବ୍ୟକ୍ତି ମାନେ ଗୁଳି କରିବା ଘଟଣାରୁ ଏହା ସ୍ପଷ୍ଟ ବାରି ହୋଇ ପଡୁଛି । ଏହିଭଳି ଘଟଣା ନିକଟ ଅତୀତରେ ମୁମ୍ବାଇ, ପାଟନା, ଭୁବନେଶ୍ୱର ଭଳି ସ୍ଥାନରେ ଘଟି ଯାଇଥିବା ବେଳେ, ନିକଟ ଅତୀତରେ ସ୍ଥାନୀୟ ବିଶ୍ରା ଅଂଚଳର ଜଣେ ସାମ୍ବାଦିକ ମହମ୍ମଦ ସରଫରାଜଙ୍କୁ ବିଶ୍ରା ପେଟ୍ରୋଲପମ୍ପ ନିକଟରେ କେତେକ ଅସାମାଜିକ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିଲେ । ସାମ୍ବାଦିକ ମାନଙ୍କ ଜୀବନ ପ୍ରତି ସର୍ବଦା ବିପଦ ରହିଥିବା ବେଳେ, ପ୍ରଶାସନ ପକ୍ଷରୁ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଯାହାକୁ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି । ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦାବି କରି ରାଉରକେଲାର ସାମ୍ବାଦିକ ମାନେ ମିଳିତ ହୋଇ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦ୍ୟଶରେ ଏକ ଦାବିପତ୍ର ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବିଭିନ୍ନ ସ୍ଥାନରେ ଘଟୁଥିବା ଘଟଣା ସମ୍ପର୍କୀତ ଖବର ଓ ଫଟୋ ସଂଗ୍ରହ ଓ ପ୍ରକାଶ କରୁଥିବା ବେଳେ, ସାମ୍ବାଦିକ ମାନେ ପ୍ରତିବନ୍ଧକ ସୃଷ୍ଟିକାରୀ ଅସାମାଜିକ ତତ୍ୱଙ୍କ ଆକ୍ରମଣର ଶିକାର ହେଉଛନ୍ତି । ଏଥିରେ କେତେକ ଗୁରୁତର ଆହତ ହେଉଥିବା ବେଳେ, କେତେକଙ୍କ ଜୀବନ ମଧ୍ୟ ଯାଉଛି । ଏହି ଘଟଣା ଏବେ ନିତିଦିନିଆ ହୋଇଗଲାଣି । ସାମ୍ବାଦିକ ମାନଙ୍କ କ୍ଷେତ୍ରରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ସହାୟତାର ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ । କାର୍ଯ୍ୟରତ ଥିବା ସମୟରେ ସାମ୍ବାଦିକ ମାନେ ଆହତ ହେଲେ ସରକାରଙ୍କ ପକ୍ଷରୁ ମାଗଣା ଚିକିସôା ସହ ମୃତୁ୍ୟବରଣ କଲେ ତାଙ୍କ ପରିବାରବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ ନେଇ ସମ୍ବିଧାନରେ ଏକ ସ୍ୱତନ୍ତ୍ର ବିଲ ପାଶ କରିବାକୁ ଅନୁରୋଧ କରି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦ୍ୟଶରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ସମୟରେ ରାଉରକେଲାରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *