ଜିଲ୍ଲା ପରିକ୍ରମା

ସାମ୍ବାଦିକଙ୍କ ମାତୃ ବିୟୋଗ

ବୈାଦ୍ଧ, ୧୩ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବରିଷ୍ଠ ସାମ୍ବାଦିକ ତଥା ବୌଦ୍ଧଜିଲା ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ଦେବାଶିଷ ପୁରୋହିତଙ୍କ ମାତୃ ବିୟୋଗ ଘଟିଛି। ଶ୍ରୀ ପୁରୋହିତଙ୍କ ମାତା ଚାରୁଶୀଳା ପୁରୋହିତ(୮୨) ଦୀର୍ଘ ଦିନ ହେଲା ଅସୁସ୍ଥ ହୋଇ ହୁଇଲ ଚେୟାରରେ ଯିବା ଆସିବା କରୁଥିଲେ। ସେ ଜଣେ ଧର୍ମପରାୟଣା ମହିଳା ଥିଲେ। ତାଙ୍କର ମୃତ୍ୟୁରେ ଚନ୍ଦ୍ରଚୂଡ ସାହିରେ ଶୋକର ଛାୟା ଖେଳିଯିବା ସହିତ ଅନେକ ଶୁଭେଛୁ ତାଙ୍କର ଶେଷ ଦର୍ଶନ କରିଥିଲେ। ଜିଲା ସାମ୍ବାଦିକ ସଂଘର ସଭାପତି, ସଂପାଦକଙ୍କ ସମେତ ଅନେକ ବରିଷ୍ଠ ସଦସ୍ୟ ଶ୍ରୀପୁରୋହିତଙ୍କ ବାସଭବନରେ ପହଂଚି ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜ୍ଞାପନ କରିଥିଲେ। ସ୍ୱର୍ଗୀୟା ପୁରୋହିତଙ୍କ ଶେଷକୃତ୍ୟ ସଂପନ୍ନ କରିବା ପାଇଁ ପୁରୀ ସ୍ୱର୍ଗଦ୍ୱାରା ନେଇଥିବା ଜଣାଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ଶ୍ରୀପୁରୋହିତଙ୍କ ସହ ତାଙ୍କର ବଡଭାଇ ରାଜନାଥ ପୁରୋହିତ, ସାନଭାଇ ଆଶୁତୋଷ ପୁରୋହିତ, ବଡଭଉଣୀ ସ୍ନେହଲତା ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top