ସାମ୍ବାଦିକଙ୍କ ମାତୃ ବିୟୋଗ

କେନ୍ଦ୍ରାପଡା ୧୮/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ସଂଚାର ଜିଲ୍ଲା ପ୍ରତିନିଧି ଜଗଦିଶ ପତିଙ୍କ ମା’ ତଥା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର ଦେପୁର ଗ୍ରାମର ଚାନ୍ଦ ପତିଙ୍କର ୮୨ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଦୀର୍ଘଦିନ ହେବ ପିଡିତ ଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଦୁଇ ପୁଅ, ତିନି ଝିଅ ଓ ନାତି ନାତୁଣୀମାନେ ଉପସ୍ଥିତ ଥିଲେ। ମୃତ୍ୟୁ ଖବର ପାଇ ଜିଲ୍ଲାର ସାମ୍ବାଦିକମାନେ ତାଙ୍କ ବାସଭବନକୁ ଯାଇ ସୂର୍ଗତା ପତିଙ୍କୁ ଶେଷ ଦର୍ଶନ କରିବା ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଜ୍ୟେଷ୍ଠପୁତ୍ର ଶିକ୍ଷକ ହରେକୃଷ୍ଣ ପତି ମୂଖାଗ୍ନି ଦେଇଥିଲେ।

Leave a Reply

Your email address will not be published. Required fields are marked *