ସାମ୍ବାଦିକଙ୍କ ମାତୃ ବିୟୋଗ

ଖଇରା, ୯/୭/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ନୂଆ ଗ୍ରାମର ନକ୍ଷତ୍ର ନିଉଜର ସାମ୍ବାଦିକ ତ୍ରିଲୋଚନ ଉପାଧ୍ୟାୟଙ୍କ ମା’ ମାଳତୀ ଉପାଧ୍ୟଙ୍କର ଗତକାଲି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କର ୭୨ ବର୍ଷ ବୟସ ହୋଇଥିଲା। ଘଟଣାରୁ ଜଣାଯାଏ ଶ୍ରୀମତୀ ଉପାଧ୍ୟାୟ ହଠାତ୍ ନିଶ୍ୱାସ ପ୍ରଶ୍ୱାସ ନେବାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଂଗେ ସଂଗେ ଭଦ୍ରକ ମେଡିକାଲକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ। ସେଠାରେ ଡାକ୍ତରଙ୍କ ସମସ୍ତ ଚିକିତ୍ସାପରେ ଯନ୍ତ୍ରଣା ନକମିବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତର ଖାନାକୁ ନେବାପାଇଁ ପ୍ରସ୍ତୁତ ହେଉଥିଲାବେଳେ ଠିକ୍ ସେହି ସମୟରେ ଡାକ୍ତର ଶୀ୍ରମତୀ ଉପାଧ୍ୟଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ସମୟରେ ତାଙ୍କର ବଡ ପୁଅ ସାମ୍ବାଦିକ ତ୍ରିଲୋଚନ ଉପାଧ୍ୟାୟ, ବଡପୁତ୍ରବଧୂ କୁନି ଉପାଧ୍ୟାୟ, ସାନ ପୁଅ କମଳଲୋଚନ ଉପାଧ୍ୟାୟ, ସାନ ପୁତ୍ରବଧୂ ଅଞ୍ଜଳି ଉପାଧ୍ୟୟ, ବଡ ନାତୁଣୀ ଅଭିଲିପ୍ସା ଉପାଧ୍ୟୟ, ସାନ ନାତୁଣୀ ସଂଞ୍ଜନା ଉପାଧ୍ୟୟ ସହିତ ଝିଅ ଓ ଜ୍ୱାଇଁମାନେ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ଶ୍ରୀମତୀ ଉପାଧ୍ୟଙ୍କ ମୃତ୍ୟୁରେ ସ୍ଥାନିୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *