ଜିଲ୍ଲା ପରିକ୍ରମା

ସାମ୍ବାଦିକଙ୍କ ପିତୃ ବିୟୋଗ

ଖଡିଆଳ/ନୂଆପଡା-୧୮.୦୩.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲ୍ଲା ଖଡିଆଳର ବରିଷ୍ଠ ସାମ୍ବାଦିକ ପରମେଶ୍ୱର ବାରିକଙ୍କ ପିତା ଜନାର୍ଦ୍ଦନ ବାରିକ ଶୁକ୍ରବାର ମଧ୍ୟରାତ୍ରରେ ତାଙ୍କର ଲକ୍ଷ୍ମୀପୁର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ସେ ୧୯୫୦ ମସିହାରେ ଜନ୍ମ ଗ୍ରହଣ କରିଥିବା ବେଲେ ପିଲାଟି ଦିନରୁ ଚାଷବାସ ପ୍ରତି ତାଙ୍କର ଦୁର୍ବଳତା ରହି ଚାଷ କରି ଆସୁଥିଲେ । ଅସୁସ୍ଥତା ଯୋଗୁଁ ତାଙ୍କୁ ଖଡିଆଳ ମିଶନ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିସôା କରାଯାଉଥିଲା । ସେଠାରେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବାସବଭନକୁ ନିଆଯାଇଥିଲା । ହେଲେ ଶୁକ୍ରବାର ମଧ୍ୟରାତ୍ରିରେ ତାଙ୍କର ମୃତୁ୍ୟ ହୋଇଯାଇଛି । ମୃତୁ୍ୟ ସମୟରେ ବଡଭାଇ ମୁକୁନ୍ଦ ବାରିକ, ମଝିଆ ଭାଇ ଗିରିଧାରୀ ବାରିକ, ସାନଭାଇ ପ୍ରେମାନନ୍ଦ ବାରିକ, ବଡପୁଅ ଡୋଲାମଣି ବାରିକ, ମଝିଆ ପୁଅ ପରମେଶ୍ୱର ବାରିକ, ସାନପୁଅ ମଧୂସୁଦନ ବାରିକ, ଜ୍ୱାଇ ଭଜନଲାଲ ରାଉତ ସମେତ ସମସ୍ତ ବଧୂ, ନାତିନାତୁଣୀ ଉପସ୍ଥିତ ଥିଲେ । ବଡପୁଅ ଡୋଲାମଣି ମୁଖାଗ୍ନୀ ଦେଇଥିବା ବେଳେ ଅନ୍ତିମ ସଂସ୍କାର ସମୟରେ ବନ୍ଧୁବାନ୍ଧବ,ବୁଦ୍ଧିଜୀବି ଓ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top