ସାମ୍ବାଦିକଙ୍କ ପାଇଁ ରାଜ୍ୟସରକାରଙ୍କ ପଦକ୍ଷେପକୁ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସ୍ୱାଗତ

ରାଉରକେଲା ୮ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ସ୍ୱାଗତ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ସାମ୍ବାଦିକ ମାନଙ୍କ ପାଇଁ ସରକାର ଗୋପବନ୍ଧୁ ସ୍ୱାସ୍ଥବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ଫଳରେ ସାମ୍ବାଦିକ ମାନେ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସୁବିଧା ପାଇ ପାରିବେ। ସେହିପରି କାର୍ଯ୍ୟରତ ସାମ୍ବାଦିକ ଯଦି ଦୁର୍ଘଟଣାରେ ଅକ୍ଷମ ହୁଅନ୍ତି ତେବେ ଆର୍ଥିକ ସହାୟତା, ମୃତ୍ୟୁବରଣ କଲେ ୪ଲକ୍ଷ ଟଙ୍କା ସହାୟତା ରାଶି ପରିବାରକୁ ପ୍ରଦାନ କରିବା ସହିତ ମୃତ ସାମ୍ବାଦିକ ପିଲାମାନଙ୍କ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାସିକ ୧୫୦୦ ଟଙ୍କା ଓ ଉଚ୍ଚଶିକ୍ଷା ପାଇଁ ୨୫୦୦ ଟଙ୍କା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ। ଗୃହ ନିର୍ମାଣ ପାଇଁ ୩ ପ୍ରତିଶତ ସୁଧରେ ୨୫ ଲକ୍ଷ ପର୍ଯ୍ୟନ୍ତ ରୁଣ, ୪ ଚକିଆ ଯାନ ପାଇଁ ୪ଲକ୍ଷ ଟଙ୍କାର ରୁଣ, ୨ ଚକିଆ ଯାନ ପାଇଁ ୫୦ ହଜାର ରୁଣ ସହାୟତା ପ୍ରଦାନ କରାଯିବ। ସାମ୍ବାଦିକଙ୍କ ଦକ୍ଷତା ବିକାଶ ଲାଗି ସ୍ୱତନ୍ତ୍ର ତାଲିମ ବ୍ୟବସ୍ଥା ଗ୍ରହଣ କରାଯାଇ ଆଇଆଇଏମସି ଢେଙ୍କାନାଳରେ ତାଲିମ ପ୍ରଦାନ କରାଯିବ। ଏହି ସମସ୍ତ ସୁବିଧାକୁ ରାଉରକେଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ସ୍ୱାଗତ କରିଛନ୍ତି। ଏଥିନେଇ ଏକ ଜରୁରୀ ବୈଠକ ସେକ୍ଟର-୨୧ ସ୍ଥିତ ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ କାର୍ଯ୍ୟାଳୟରେ ସଭାପତି ବିରଂଚି ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବରିଷ୍ଠ ସାମ୍ବାଦିକ କୁଂଜ ବିହାରୀ ରାଉତ, ସନ୍ତୋଷ ସ୍ୱାଇଁ, ଶିବରାମ ପାତ୍ର, ଗନ୍ଦୁର ଓରାମ, ଶିବଶରଣ ମିଶ୍ର, ଦିଲୀପ ଶର୍ମା, ସୁନୀଲ ଝା, ଅମିତ ବାରା, ମନୋଜ ଯାଦବ, ସମୀର ପାଢୀ, ସରୋଜ ବେହେରା, ବିଜୟ ପ୍ରଧାନ, ସରୋଜ ଜେନା, ସଂଗ୍ରାମ କେଶରୀ ନାୟକ, ସୁମନ୍ତ ଜେନା, ହରି ପାତ୍ର, ସୁବୋଧ ନାୟକଙ୍କ ସମେତ ଅନ୍ୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ। ବୈଠକ ଶେଷରେ ଆସୋସିଏସନର ସାଧାରଣ ସମ୍ପାଦକ ଶିବରାମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *