ସାମ୍ବାଦିକଙ୍କ ଘରଉପରେ ସଂଗବଦ୍ଧ ଆକ୍ରମଣ : ଅଭିଯୁକ୍ତମାନଙ୍କୁ ଘଣ୍ଟଘୋଡ଼ାଉଛି ପୋଲିସ

ତିର୍ତ୍ତୋଲ ୨୭/୬ (ଓଡ଼ିଆ ପୁଅ/ଟୁକନ ସେଠୀ)- ସାମ୍ବାଦିକମାନେ ସମାଜର ସଜାଗ ପ୍ରହରୀଭାବେ ଦିନରରାତି ଏକକରି କାର୍ଯ୍ୟ କରୁଥିବାବେଳେ, ସେମାନେ ଓ ସେମାନଙ୍କ ପରିବାର ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହିପରି ଏକ ଘଟଣା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଗୋବିନ୍ଦପୁର(ଗୁଣ୍ଠିଲ) ଗ୍ରାମର ସମ୍ବାଦିକ ରମେଶ ମହାନ୍ତିଙ୍କ ଘର ଉପରେ ସଂଘବଦ୍ଧ ଆକ୍ରମଣ କରାଯିବା ସହିତ ବାପା ଓ ମାଙ୍କୁ ମରଣାତମ୍କ ଆକ୍ରମଣ କରିବା ଓ ତାଙ୍କ ନାମରେ ମିଥ୍ୟା ଅଭିଯୋଗ ହୋଇଥିବାଭଳି ନିନ୍ଦନିୟ ଘଟଣାକୁ ବୁଦ୍ଧିଜିବୀ ମହଲରେ ନିନ୍ଦା କରାଯାଇଛି। ସୂଚନା ଅନୁଯାୟୀ, ଗୋବିନ୍ଦପୁର (ଗୁଣ୍ଠିଲୋ) ଗ୍ରାମର ମୋହିନି ମୋହନ ବେଉରା, ଅକ୍ଷୟ ବେଉରା, ଅଜୟ ବେଉରା, ଆଲ୍ ଫା ବେଉରା ଉକ୍ତ ଗ୍ରାମର ସାମ୍ବାଦକ ଶ୍ରୀଯୁକ୍ତ ମହାନ୍ତିଙ୍କ ଘରେ ବିଭିନ୍ନ ସାମଗ୍ରୀ ଚୋରି କରିବା, ଅଶ୍ଳିଳଭାଷାରେ ଗାଳିଗୁଲଜ କରିବା ଓ ବିଭିନ୍ନ ମାରଣାସ୍ତ୍ର ଧରି ଜୀବନରୁ ମାରିଦେବାକୁ ଧମକ ଦେବା ନେଇ ପୂର୍ବରୁ ବହୁବାର ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି। ଏପରିକି ଗତ ତା. ୧୯.୦୪.୨୦୧୮ ରିଖରେ ପୁନର୍ବାର ଏହିଭଳି ଏକ ଘଟଣା ଘଟିବା ପରେ ଥାନାରେ ଅଭିଯୋଗ ହେବାପରେ କେଶ ଦାୟର ନକରି ଅଭିଯୁକ୍ତମାନଙ୍କୁ ଥାନାକୁ ଡ଼କାଯାଇ ପଚରାଉଚରା କରାଯିବା ପରେ ଛାଡ଼ି ଦିଆଯାଇଥିଲା। ଥାନାରେ ଅଭିଯୋଗ ହୋଇଥିବା କ୍ରୋଧରେ ଜର୍ଜରିତ ହୋଇ ଯୋଜନାବଦ୍ଧଭାବେ ଉକ୍ତ ଅଭିଯୁକ୍ତମାନଙ୍କ ସହିତ ଅନ୍ନପୂର୍ଣ୍ଣା ବେଉରା, ରିତାରାଣୀ ବେଉରା ଓ ସୁଷମା ବେଉରା ସଂଗବଦ୍ଧ ହୋଇ ଠେଙ୍ଗା, ଶାବଳ, କଟୁରୀ, ଭୁଜାଲି ଧରି ସାମ୍ବାଦିକଙ୍କ ଘର ଉପରେ ଅତର୍କିତ ଆକ୍ରମଣ କରିଥିଲେ ଓ ଘରର ବାହାରପଟୁ କବାଟ ବନ୍ଦକରି ଆଗୁଆ ଥାନାକୁ ଆସି ସାମ୍ବାଦିକଙ୍କ ନାମରେ ମିଥ୍ୟା ଅଭିଯୋଗ କରିଥିଲେ। ଏହି ସଂଘବଦ୍ଧ ଆକ୍ରମଣ ସମୟରେ ପୋଲିସ୍ କୁ ଫୋନ୍ କରି ଡ଼କାଯାଇଥିଲେ ମଧ୍ୟ ଘଟଣା ଘଟି ସରିବା ପରେ ପୋଲିସ୍ ପହଁଞ୍ଚି ସାମ୍ବାଦିକ ଓ ତାଙ୍କ ପିତାମାତାଙ୍କୁ ଉଦ୍ଧାର କରିବା ସହିତ ବିନା ଦୋଷରେ ସାମ୍ବାଦିକଙ୍କୁ ସାଙ୍ଗରେ ନେଇ ଥାନାରେ ଅଟକ ରଖିଥିଲେ। ଏପରିକି ଅଭିଯୁକ୍ତଙ୍କ କାରନାମାର ଭିଡିଓ ଥିଲେ ମଧ୍ୟ ମିଥ୍ୟା ଅଭିଯୋଗରେ ସାମ୍ବାଦିକଙ୍କ ଉପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ ସଂଘବଦ୍ଧଭାବେ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କ ନାମରେ ଥାନା କେଶ୍ ନଂ ୧୩୦/୧୮ ରୁଜୁ କରି ଛାଡ଼ି ଦେଇଥିବା ଜଣାପଡ଼ିଛି। ଅପରପକ୍ଷରେ ପୋଲିସ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ହାଲୁକାଭାବେ ନେଇ ଅଭିଯୁକ୍ତଙ୍କୁ ଘଣ୍ଟଘୋଡ଼ାଉଥିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *