Home ଜିଲ୍ଲା ପରିକ୍ରମା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଧାରଣା ଦେଲେ ସାମ୍ବାଦିକ, ଆତ୍ମ ସମର୍ପଣ କଲା ଅଭିଯୁକ୍ତ

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଧାରଣା ଦେଲେ ସାମ୍ବାଦିକ, ଆତ୍ମ ସମର୍ପଣ କଲା ଅଭିଯୁକ୍ତ

33

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନ ଦ୍ୱିପ୍ରହରରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ଭଣ୍ଡାରିପୋଖରୀ ଥାନା ଅଧିକାରୀ ଅଭିଯୁକ୍ତକୁ ଗିରଫ କରିବାରେ ଟାଳଟୁଳ ନୀତି ଗ୍ରହଣ କରିବା ପ୍ରତିବାଦରେ ଆଜି ଭଦ୍ରକ ଜିଲାର କର୍ତ୍ତବ୍ୟରତ ସାମ୍ବାଦିକ ମାନେ ଧାମନଗର ଏସ୍‌ଡିପିଓ ବିଜୟକୃଷ୍ଣ ମହାପାତ୍ରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଗତ ମଇ ୨୩ ତାରିଖରେ ସାମ୍ବାଦିକ ଶ୍ୟାମସୁନ୍ଦର ମହାପାତ୍ରଙ୍କୁ ଦକ୍ଷିଣବାଡ ଗ୍ରାମପଞ୍ଚାୟତ ନିକଟରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା ସ୍ପଷ୍ଟ ଦିବାଲୋକରେ । ଅଭିଯୋଗ ପରେ ସେହି ମଇ ୨୪ ତାରିଖରେ ଥାନାଧିକାରୀ ୧୫୭/୨୩ ମୂଳେ ଏକ ମାମଲା ଅଭିଯୁକ୍ତ ଦୁର୍ଯ୍ୟୋଧନ ଯେନାଙ୍କ ନାମରେ ରୁଜୁ କରିଥିଲେ । କିଛିଘଣ୍ଟା ପରେ ଶ୍ରୀ ମହାପାତ୍ରଙ୍କ ନାମରେ ଶ୍ରୀ ଯେନାଙ୍କ ଦ୍ୱାରା ମଧ୍ୟ ହରିଜନ ଦଫା ଲଗାଯାଇ ଅନ୍ୟ ଏକ ମାମଲା ରୁଜୁ କରାଯାଇଥିଲା । ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିବାରେ ଥାନାଧିକାରୀ ତପନ ପ୍ରଧାନ ଅମଙ୍ଗ ହେବାରୁ ଶ୍ରୀ ମହାପାତ୍ର ସାମ୍ବାଦିକ ସଂଗଠନ ସହାୟତାରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ମଇ ୩୧ ତାରିଖରେ ଭେଟି ନିଶ୍ଚିତ ଗିରଫର ଆଶ୍ୱାସନା ପାଇଥିଲେ । ମାତ୍ର କିଛିଦିନ ପରେ ଅଭିଯୁକ୍ତ ଗିରଫ ପରିବର୍ତ୍ତେ ରାଜକିଶୋର ଜେନା ନାମକ ଅନ୍ୟ ଜଣେ ସାମ୍ବାଦିକଙ୍କୁ ଅଭିଯୁକ୍ତ ଦୁର୍ବ୍ୟବହାର ଓ ଧମକ ଦେବାରୁ ପୁନଶ୍ଚ ସଂଘ ଜୁନ୍ ୨୩ ତାରିଖରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଥିଲେ । ସେତେବେଳେ ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି ଏପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇନଥିବା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଦୁଇଦିନ ସମୟ ମାଗିଥିଲେ । ପରେ ଭଣ୍ଡାରିପୋଖରୀ ଥାନା ଅଧିକାରୀଙ୍କ ଠାରୁ ତଥ୍ୟ ନେଇ ଅଭିଯୁକ୍ତ ଫେରାର ଥିବାର ଜଣାଇ ଗିରଫଦାରୀ ବିଳମ୍ବ ହେଉଥିବାରୁ ଆରକ୍ଷୀ ଅଧୀକ୍ଷକ ସାମ୍ବାଦିକ ଶ୍ରୀ ମହାପାତ୍ରଙ୍କୁ ହ୍ୱାଟସ୍‌ଆପ୍ ଜରିଆରେ ବାରମ୍ବାର ବାର୍ତ୍ତା ଦେଇ ସଂପୃକ୍ତ ଥାନାଧିକାରୀଙ୍କ ଉପରେ ଭରସା ନକରି ଏସ୍‌ଡିପିଓଙ୍କ ସହ ଯୋଗାଯୋଗ କରିବାକୁ ଜଣାଇଥିଲେ ।

ଏନେଇ ଥାନାଧିକାରୀଙ୍କୁ ବାରମ୍ବାର ଅବଗତ କରାଯିବା ସତ୍ୱେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ ପାଳନରେ ସେ ସାମାନ୍ୟତମ ଆନ୍ତରିକତା ଦେଖାଇନଥିଲେ । ଥାନାଧିକାରୀଙ୍କ ଏତାଦୃଶ ଆଚରଣ ପାଇଁ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଗୁଣ୍ଟୁପାଲି ଏସ୍‌ଡିପିଓ ବିଜୟକୃଷ୍ଣ ମହାପାତ୍ରଙ୍କୁ ଗିରଫଦାରୀର ଦାୟିତ୍ୱ ଦେଇଥିଲେ ମଧ୍ୟ ସେ ସଫଳ ହୋଇନଥିଲେ । ଅପରପକ୍ଷେ ଅଭିଯୁକ୍ତ ନିର୍ବିଘ୍ନରେ ବୁଲାବୁଲି କରିବାରୁ ଭଦ୍ରକ ଜିଲା ଉତ୍କଳ ସାମ୍ବାଦିକ ସଂଘର କାର୍ଯ୍ୟକର୍ତ୍ତାମାନେ ଧାରଣା ଦେବା ପାଇଁ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରି ଆଜି ଦିନ ୧୧ଟା ସମୟରେ ଉତ୍କଳ ସାମ୍ବାଦିକ ସଂଘ ସହ ଓଡ଼ିଶା ସାମ୍ବାଦିକ ସଂଘର ମିଳିତ ସହଯୋଗରେ ଜିଲାର ବହୁ ସାମ୍ବାଦିକ ଶ୍ରୀ ମହାପାତ୍ରଙ୍କୁ ସମର୍ଥନ କରି ଧାମନଗର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ଘେରିବା ସହ ଧାରଣା ଦେଇଥିଲେ । ଧାରଣା ଦେବାର ଅଢେଇଘଣ୍ଟା ପରେ ଏସ୍‌ଡିପିଓ ଶ୍ରୀ ମହାପାତ୍ର ଧାରଣା ସ୍ଥଳରେ ପହଞ୍ôଚ ଅଭିଯୁକ୍ତ ଦୁର୍ଯ୍ୟୋଧନ କୋର୍ଟରେ ଆତ୍ମସମର୍ପଣ କରିଥିବାର ଖବର ଦେବା ପରେ ଏହି ଧାରଣା ପ୍ରତ୍ୟାହୃତ ହୋଇଥିଲା । ଆଜିର ଏହି ଧାରଣା ସାମ୍ବାଦିକ ଏକତାର ବିଜୟ ହୋଇଥିବାରୁ ଉପସ୍ଥିତ ଥିବା ଉତ୍କଳ ସାମ୍ବାଦିକ ସଂଘର ଜିଲା ସଭାପତି ରବିନାରାୟଣ ଖିଲାର, ବରିଷ୍ଠ ଉପଦେଷ୍ଟା ପ୍ରମୋଦ ରାୟ, ଅପୂର୍ବ ବେହେରା, ଧାମନଗର ପ୍ରେସ୍ କ୍ଲବ୍‌ର ସଭାପତି ବୈକୁଣ୍ଠ ସାହୁ, ସଂପାଦକ ରଜତ ପଣ୍ଡା, ପ୍ରଦୀପ ମହାପାତ୍ର ପମୁଖ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଧାରଣା କାର୍ଯ୍ୟକ୍ରମରେ ଧାମନଗରରୁ ଅନିଲ ବାରିକ, କିଶାନ ରାଉତ, କୃଷ୍ଣଚନ୍ଦ୍ର ଜେନା, ସରୋଜ ସେଠୀ, ଦେବେନ୍ଦ୍ର ଆନ୍ଦିଆ, ଦୀନବନ୍ଧୁ ଦାସ, ବିବେକାନନ୍ଦ ସାମଲ, ଅନନ୍ତ ଜେନା, ସରୋଜ ଦାସ, ସୁଧାକର ଦାସ, ସଂଜୀବ ମହାନ୍ତି, ମଦନ ଦାସ, ସେକ୍ ହମିଦ, ସେକ୍ ଜାବିର, ଗୌରାଙ୍ଗ ଦାସ, ରଂଜନ ମଳିକ, ରଂଜିତ ଜେନା, ମାନଗୋବିନ୍ଦ ଜେନା, ଧ୍ରୁବଚରଣ ବାରିକ, ନିତ୍ୟାନନ୍ଦ ଜେନା, ପ୍ରକାଶ କିଶୋର ମହାପାତ୍ର, ରାଜେନ୍ଦ୍ର ଶତପଥୀ, ବିଶ୍ୱଜିତ୍ ପଲାଇ, ରାଜକିଶୋର ଜେନା, ମୁନା ରାଉତ, କମଳାକାନ୍ତ ପରିଡା, ପ୍ରିୟବ୍ରତ ଦାସ, ମୃତ୍ୟୁଞ୍ଜୟ ସେନାପତି, ସ୍ୱଦେଶ ପରିଡା, ସନ୍ତୋଷ ଜେନା, ସଂଜୀବ ସେନାପତି ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.