ଜିଲ୍ଲା ପରିକ୍ରମା

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ “ରୂପାୟନ”ର ନିଶା ନିବାରଣ ଅଭିଯାନ

ଭଦ୍ରକ, ୨୫ା୪(ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ “ରୂପାୟନ” ସହଯୋଗରେ ନିଶା ନିବାରଣ ଅଭିଯାନର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ “ରୂପାୟନ” ର ପ୍ରତିଷ୍ଠାତା ଶ୍ରଦ୍ଧାଞ୍ଜଳି ରାୟ ଅଧ୍ୟକ୍ଷତା କରିଥିବାବେଳେ ଏହାକୁ ଧାମନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ନରହରି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏବଂ ରାଜ୍ୟର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଭାବେ ରୂପାୟନର ଏହି କାର୍ଯ୍ୟକ୍ରମ ଭବିଷ୍ୟତରେ ବର୍ତ୍ତମାନର ଅବକ୍ଷୟମୁଖୀ ସମାଜ ପରିବର୍ତ୍ତନରେ ସହାୟକ ହେବ ବୋଲି କହିଥିଲେ। ଏଥିରେ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଶା କିଭଳି ଜନସମାଜକୁ କଳୁଷିତ କରି ଦିଗ୍ଭ୍ରଷ୍ଟ କରାଏ, ତାହା ଉପରେ ନିଜର ମତ ମତବ୍ୟକ୍ତ କରି ଏକ ସୁସ୍ଥ ସମାଜ ଗଠନ ଦିଗରେ ଏହାକୁ ପରିତ୍ୟାଗ କରିବା ଉଚିତ୍ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଭଦ୍ରକର ବରିଷ୍ଠ ସାମ୍ବାଦିକ ତଥା “ରୂପାୟନ” ଅନୁଷ୍ଠାନର ଜିଲା ସଭାପତି ପ୍ରମୋଦ ରାୟ ଯୋଗଦେଇ ନିଶା ରାକ୍ଷସ କବଳରୁ ଜନସାଧାରଣ ମୁକ୍ତି ପାଇବା ଦିଗରେ ସରକାରଙ୍କ ଏଭଳି ଅଭିନବ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଏବଂ ଏଭଳି ଏକ ଜନ ସଚେତନତା କାର୍ଯ୍ୟକ୍ରମକୁ ଗ୍ରାମରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରଚାର ପ୍ରସାର କରାଇବା ଦିଗରେ ଉପସ୍ଥିତ ସମସ୍ତ ଜନପ୍ରତିନିଧି, ବିଭାଗୀୟ ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗଙ୍କ ଲୋଡିଥିଲେ। “ରୂପାୟନ” ର ପ୍ରତିଷ୍ଠାତା ଶ୍ରଦ୍ଧାଞ୍ଜଳି ରାୟ ନିଜ ବକ୍ତବ୍ୟରେ ଏହି ଅଭିଯାନକୁ ସମଗ୍ର ରାଜ୍ୟରେ ଜନସାଧାରଣଙ୍କ ମଧ୍ୟରେ କାଉନ୍ସେଲିଂ ମାଧ୍ୟମରେ ସଫଳତାର ସହ ପ୍ରତିଫଳିତ କରାଇପାରିଲେ, ତାହା ସାମାଜିକ ପରିବର୍ତ୍ତନ ଦିଗରେ ସହାୟକ ହେବ ବୋଲି କହିଥିଲେ। ରୂପାୟନର ଭଦ୍ରକ ଜିଲା ସହ ସଂପାଦକ ସମ୍ବିତ କୁମାର ନାୟକଙ୍କ ପରିଚାଳନାରେ ଆୟୋଜିତ ଏହି ଶିବିରରେ ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ କୁମାର ନାୟକ ନିଜର ବକ୍ତବ୍ୟ ରଖିଥିବାବେଳେ ଧାମନଗର ବିଏସ୍ଏସ୍ଓ ଦେବେନ୍ଦ୍ର ନାୟକ, ଜିପିଓ ସୂର୍ଯ୍ୟମଣି ରାଉତ, ଜିଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ। ଶେଷରେ ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top