ad
ଓଡ଼ିଶା

ସାମାଜିକ ବାସନ୍ଦ ପୁନି ପ୍ରତି ପ୍ରଶାସନ ଦୃଷ୍ଟି ଦେବ କି ?

ଟିଟିଲାଗଡ଼ ୨୪/୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କୌଣସି ଅପହଞ୍ଚ ଗାଁ ନୁହେଁ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ପୌର ପରିଷଦ ଅଧୀନରେ ଜଣେ ପୁନି ନାଗ (୩୫) (ଛଦ୍ମ ନାମ) ନାମ୍ନୀ, ଜଣେ ଅସହାୟ ବିଧବାକୁ ଏଚ.ଆଇ.ଭି ଆକ୍ରାନ୍ତ ଜାଣି ସାମାଜିକ ବାସନ୍ଦ କରି ରଖା ଯାଇଛି। ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଛୋଟ ଝିଅଙ୍କୁ କେତେକ ଘରେ ବାସନ ମାଜି ପାଳିବା ସହ ନିଜର ଗୁଜୁରାଣ ମେଣ୍ଟାଉଥିଲେ। ହେଲେ ଗତ ଦୁଇ ମାସ ହେବ ସୁସ୍ଥ ହୋଇ ଦୁର୍ବଳ ହୋଇ ଶଯ୍ୟାଶାୟୀ ହୋଇଗଲେ। ଡାକ୍ତର ଚିକିତ୍ସା ସତ୍ୱେ ସ୍ୱାସ୍ଥ୍ୟରେ ଉନ୍ନତି ନ ହେବାରୁ ଶେଷରେ ଏଚ.ଆଇ.ଭି ପରୀକ୍ଷା କରିବାକୁ ପରାମର୍ଶ ଦେଲେ ଓ ତାଙ୍କର ଏହି ଭୁତାଣୁ ସଂକ୍ରମିତ ହୋଇଛି ଏଆରଟି କେନ୍ଦ୍ର କୁ ଯିବାକୁ କହିଥିଲେ, ହେଲେ ଯିବାକୁ ଅସମର୍ଥ ଓ ଅସହାୟ ହୋଇ ସାଇ ଟି.ଆଇ ନାମକ ସରକାରୀ ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନରେ ଗୁହାରି କଲେ ହେଲେ ସେମାନେ ନା ନା ଆଳରେ ଦିନ ଗଡେଇ ଚାଲିଲେ, ଓ ପୁନି ଅଧିକ ଗୁରୁତର ହୋଇ ଘରେ ଚାଲବୁଲ ନ କରିପାରି ଅସହାୟ ହୋଇ ମୃତ୍ୟୁର ଦ୍ୱାର ଦେଶରେ। ସାଇ ପଡିଶା ବା ଅନ୍ୟ କେହି ସାହାଯ୍ୟର ହାତ ବଢାଇବା ପରିବର୍ତ୍ତେ ସେ ଆଉ ବଞ୍ଚିବନି ଏଡ୍ସ ହୋଇଛି କହି ସାମାଜିକ ବାସନ୍ଦ କରିଦେଇଛନ୍ତି। ଉକ୍ତ ଦୁଇ ଛୋଟ ଝିଅ ଓ ଜଣେ ବୃଦ୍ଧ ଶାଶୁ କୁ ବି କେହି କାମ ଦେଉନାହାନ୍ତି। ସରକାରଙ୍କ କୋଡ଼ିଏ କେ.ଜି ଚାଉଳ ଛଡା ଅନ୍ୟ ସୁବିଧା ନାହିଁ। ଏପରିକି କେହି ମିଳା ମିଶା ବି ନ କରିବା ବେଳେ ମୋତେ ବଲାଙ୍ଗୀର କିମ୍ବା ଯେଉଁ ଜାଗା ହେଉ ନେଇ ଭଲ କରିଦିଅ ବୋଲି କାନ୍ଦି କାନ୍ଦି କହୁଥିବା ବେଳେ ତା ବୃଦ୍ଧ ଶାଶୁ ସବୁ ସରକାରୀ ବେସରକାରୀ କାର୍ଯ୍ୟାଳୟ ଧାଇଁ ଧାଇଁ ନିରାଶ ହୋଇସାରିଛି। ସରକାର ଆକ୍ରାନ୍ତଙ୍କୁ ନେଇ ଏ ଆର ଟି କେନ୍ଦ୍ରରେ ପହଁଚାଇବା ଗୁରୁତରଙ୍କୁ ଭର୍ତି କରି ରଖିବା ନିମନ୍ତେ ବ୍ୟାପକ ଅର୍ଥ ଏହି ବଲାଙ୍ଗୀର ଜିଲ୍ଲା ଏ ଗ୍ରେଡ଼ ତାଲିକା ଭୁକ୍ତ ହୋଇଥିବାରୁ କେବଳ କାଗଜ କାଲମରେ କରି ଚାଲିଥିବା ବେଳେ ଏହି ପୁଣି ପରି ଅନେକ ଔଷଧ ନ ପାଇ ମୃତ୍ୟୁର ଶିକାର ହେବାସାର ହେଉଛି। ଏପରିକି ଟିଟିଲାଗଡ ଡାକ୍ତରଖାନାରେ ତାକୁ ଏକ ପରିତ୍ୟକ୍ତ କୋଠରୀରେ ପକେଇ ବଲାଙ୍ଗୀର ସରକାରୀ ଆମ୍ବୁଲାନ୍ସ ଯୋଗେ ପଠାଇବା ବଦଳରେ ବଲାଙ୍ଗୀର ଯା କହି ନିଜ ଦାଇତ୍ୱ ସାରୀ ଦେଇଥିଲେ। ସେହିପରି ସହରର ଜଣେ ବାଇଶି ବର୍ଷୀୟ ଯୁବକ ନିଜକୁ ଆକ୍ରାନ୍ତ ଜାଣି ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିବା ନେଇ ବେଶ ଆଲୋଡନ ସୃଷ୍ଟି ହୋଇଥିଲା। ତେବେ ପ୍ରଶାସନ ଏ ଅସହାୟ ପୁନି ପ୍ରତି ତୁରନ୍ତ ଦୃଷ୍ଟି ନ ଦେଲେ ଅକାଳ ମୃତ୍ୟୁର ଶିକାର ହେବ ସୁନିଶ୍ଚିତ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top