ଓଡ଼ିଶା

ସାମାଜିକ ଗଣମାଧ୍ୟମରେ ରତନ ଟାଟାଙ୍କୁ ଅନୁରୋଧ – ରାୟଗଡା ଇମ୍ଫା ପ୍ରକଳ୍ପରେ ଅଚଳାବସ୍ଥା ମାମଲାକୁ ସିଙ୍ଗୁର ଘଟଣା ସହ ତୁଳନା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ରତନ ଟାଟା ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇ ସମସ୍ୟା ସମାଧାନ କରି ରାଜ୍ୟର ଶିଳ୍ପ ବାତାବରଣକୁ ଠିକ ରାସ୍ତାରେ ନେବାକୁ କଲେ ଅନୁରୋଧ
– ଇମ୍ଫାରେ ଅଚଳାବସ୍ଥା ରାଜ୍ୟ ସରକାରଙ୍କର ପ୍ରତିଶୋଧମୂଳକ ଭାବନା ଏବଂ କ୍ଷୁଦ୍ର ସାମୟିକ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ। କ୍ୟାନସର ସେବାରେ ରାଜ୍ୟକୁ ସହଯୋଗ କରିଥିବାରୁ ରତନ ଟାଟାଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର, ୦୭ ମଇ (ଓଡ଼ିଆ ପୁଅ) – ବିଶିଷ୍ଟ ଶିଳ୍ପପତି ରତନ ଟାଟା ଓଡିଶାରେ ଉପସ୍ଥିତ ରହି କ୍ୟାନସର ସେବାରେ ରାଜ୍ୟକୁ ସହଯୋଗ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେବା ସହ ରାୟଗଡା ଜିଲ୍ଲାର ଥେରୁବାଲି ସ୍ଥିତ ଇମ୍ଫାର ଶିଳ୍ପ ଦୁଇ ସପ୍ତାହ ଧରି ଅଚଳାବସ୍ଥାକୁ ପଶ୍ଚିମବଙ୍ଗର ସିଙ୍ଗୁର ଘଟଣା ସହ ତୁଳନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମୁଖ୍ୟମନ୍ତ୍ରୀଙ୍କୁ ଏହି ଅଚଳାବସ୍ଥା ଦୂର କରିବାକୁ ବୁଝାଇବାକୁ ଶ୍ରୀ ରତନ ଟାଟାଙ୍କୁ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଥେରୁବାଲି ଠାରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଓ ପ୍ରକଳ୍ପ ତାଲା ପଡିବା ପଛରେ ରାଜ୍ୟ ସରକାରଙ୍କର ପ୍ରତିଶୋଧମୂଳକ ଭାବନା ଏବଂ କ୍ଷୁଦ୍ର ସାମୟିକ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ। ଏହି ଘଟଣା ରାଜ୍ୟର ଶିଳ୍ପାୟନ ଓ ପୁଞ୍ଜି ନିବେଶ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପକାଇବ। ଏହା ସହ ରାୟଗଡା ଜିଲ୍ଲାରେ ବାମପନ୍ଥୀ ଉଗ୍ରବାଦକୁ ପ୍ରୋସାହିତ କରିବା ଆଶଙ୍କା ରହିଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ କରିଛନ୍ତି।

ରତନ ଟାଟାଙ୍କୁ ଭାରତର ଶିଳ୍ପାୟନର ଜଣେ ପ୍ରମୁଖ ବିନ୍ଧାଣୀ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। ଓଡ଼ିଶାରେ ବ୍ୟାପକ ପୁଞ୍ଜି ନିବେଶର ସମ୍ଭାବନା ପରିପ୍ରେକ୍ଷୀରେ ରାଜ୍ୟରେ ତାଙ୍କର ଉପସ୍ଥିତି ସ୍ଥାନୀୟ ଶିଳ୍ପପତି ଓ ଉଦ୍ୟମୀ ମାନଙ୍କର ମନୋବଳକୁ ସୁଦୃଢ କରିବ ବୋଲି ସେ କହିଛନ୍ତି।

ଇମ୍ଫା ଶିଳ୍ପ ସଂସ୍ଥା 1961 ମସିହାରେ ଓଡିଶାର ଦୁରଦୃଷ୍ଟି ସମ୍ପନ୍ନ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଦ୍ବାରା ସ୍ଥାପିତ ହୋଇଥିଲା। ଏହି ପ୍ରକଳ୍ପ ଉପରେ 1500 ସ୍ଥାନୀୟ ଲୋକ ସିଧାସଳଖ ଭାବେ ସେମାନଙ୍କର ଜୀବନ ଜୀବିକା ପାଇଁ ନିର୍ଭରଶୀଳ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପଶ୍ଚିମବଙ୍ଗର ସିଙ୍ଗୁର ଠାରେ 2008 ମସିହାରେ ନାନୋ ଉତ୍ପାଦନ ପ୍ରକଳ୍ପ ପ୍ରତିଷ୍ଠା କରିବା ସମୟରେ ଶ୍ରୀ ଟାଟା ସମାନ ପରିସ୍ଥିତିର ସାମନା କରିଥିଲେ। ଏକ ବାଧ୍ୟ ବାଧକତା ପରିସ୍ଥିତିରେ ତାଙ୍କୁ ଏହି ସ୍ଥାନ ଛାଡିବାକୁ ପଡିଥିଲା ବୋଲି ଶ୍ରୀ ପ୍ରଧାନ ଏହି ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ଶ୍ରୀ ଟାଟା ରାଜ୍ୟରେ ଉପସ୍ଥିତ ଥିଲା ବେଳେ ରାୟଗଡା ସ୍ଥିତ ଶିଳ୍ପ ପ୍ରକଳ୍ପରେ ଆଇନର ପରିଧି ଭିତରେ ଅଚଳାବସ୍ଥା ଦୂର ପାଇଁ ତାଙ୍କର ବହୁମୂଲ୍ୟ ପରାମର୍ଶ ସୁଦୂର ପ୍ରସାରୀ ପ୍ରଭାବ ରଖିବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top