ପୁରୀ, ୨୭/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ ୨ ଦିନିଆ ବାର୍ଷିକ ଉତ୍ସବ ରାଜ୍ୟ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଉଦଘାଟନ କରି କହିଲେ ଯେ ଏହା ଓଡିଶାର ଏକ ଅନନ୍ୟ ମହାବିଦ୍ୟାଳୟ। ଏହାର ଛାତ୍ରଛାତୀ୍ର ମାନେ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ। ଛାତ୍ରଛାତ୍ରୀ ମାନେ ପରିଶ୍ରମ ଓ ନିଷ୍ଠାର ସହ ଅଧ୍ୟୟନ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି ମତ ବ୍ୟକ୍ତ କରିଥିଲେ। ଛାତ୍ର ସଂସଦର ସଭାପତି ରବିନାରାୟଣ ଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବରେ ସଂପାଦକ ରୋସନ ମହାନ୍ତି ବିବରଣୀ ପାଠ କରି କଲେଜକୁ କ୍ଲଷ୍ଟ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ସହ ଖାଲି ପଡିଥିବା ପଦବୀ ପୂରଣ ପାଇଁ ମନପ୍ତ୍ୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଚ୍ଚ ଶିକ୍ଷା ମନ୍ତ୍ରୀ ନ୍ନ୍ ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଲେ ଯେ ଶିକ୍ଷା କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡିଶାର ସ୍ଥାନ ଅତି ନୈରାସ ଜନକ। ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଗୁଡିକରେ ସୈଖୀକ ବାତାବରଣ ନଷ୍ଟ ହେବାରେ ଲାଗିଛି। ଏବେ ଓଡିଶାର ଶିକ୍ଷା କ୍ଷେତ୍ର ବେଶ ବ୍ୟାପକ ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀ ପଛରେ ରହୁଛନ୍ତି। ମହାବିଦ୍ୟାଳୟ ମାନଙ୍କ ଗୁଡିକରେ କେବଳ ପାଠ୍ୟକ୍ରମ ବ୍ୟବସ୍ଥା କରିବା ଲାଗି ରାଜ୍ୟ ସରକାରଙ୍କ ଯୋଜନା ରହିଛି। ଖଲିକୋଟ ଓ ରାମାଦେବୀ କ୍ଲଷ୍ଟର ବିଶ୍ବବିଦ୍ୟାଳୟ କରାଯିବା ପରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଧା ଏହାର ସମାଧାନ ହୋଇପାରୁନାହିଁ। ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଗ୍ରୋରବ ମୟ ଇତିହାସ ରହିଛି। ଆଗାମୀ ଦିନରେ ଏହାର ଛାତ୍ର ଛାତ୍ରୀ ସିଭିଲ ସରଭିସ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବେ ବୋଲି ସେ ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ତପନ କାନୁନଗୋ, ଉପଦେଷ୍ଟା ଲକ୍ଷ୍ମୀଧର ମିଶ୍ର ସହ ଉପସଭାପତି ବିସାଲ ମହାନ୍ତି, ଯୁଗ୍ମ ସଂପାଦକ ମନୀଷା ପାତ୍ର, ରବିନ୍ଦ୍ର ନାରାୟଣ ମହାରଣା, କମନ ରୁମ ସଂପାଦିକା ମଧୂସ୍ମିତା ମିଶ୍ର ପ୍ରମୁଖ ମଂଚାସୀନ ଥିଲେ। ଶେଷରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
