ଅପରାଧ

ସାମନ୍ତରାପୁର ଠାରେ ଚୋରା ଗୁଡାଖୁ କାରଖାନା ସିଲ, ମାଲିକ ଗିରଫ

ତିର୍ତ୍ତୋଲ ତା ୦୭/୦୬ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀ-ପାଇକା ଦ୍ୱିପାଞ୍ଚଳର ସାମନ୍ତାରାପୁର ଗ୍ରାମରେ ଦୀର୍ଘ ଦିନ ଧରି ଚାଲିଥିବା ଏକ ଚୋରା ଗୁଡାଖୁ କାରଖାନା ଉପରେ ତିର୍ତ୍ତୋଲ ତହସଲିଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଓ ତିର୍ତ୍ତୋଲ ପୁଲିସ ସହାୟତାରେ ଚଢାଉ କରାଯାଇ ସିଲ କରାଯାଇଛି। ଏହି କାରଖାନାରୁ ଗୁଡାଖୁ ତିଆରି ଗ୍ରାଇଣ୍ଟର, ବ୍ୟବହୃତ କଞ୍ଚା ମାଲ, ଯନ୍ତ୍ରାଂଶ, ଘରେ ମହଜୁଦ ଥିବା ୨୦ ଟିଣ ଗୁଡାଖୁକୁ, ତମ୍ବାଖୁ ୮ ବସ୍ତା ଜବତ କରାଯାଇ କାରଖାନାକୁ ସିଲ କରାଯାଇଥିଲା। ଏସବୁ ସାମଗ୍ରୀର ମୁଲ୍ୟ ୪ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି ଏଥିସହ କାରଖାନାର ମାଲିକ ସେହି ଗ୍ରାମରଅଶୋକ ସାହୁ(୪୮)କୁ ପୁଲିସ ଗିରଫ କରି ଥାନାକୁ ଆଣିଥିଲା। ଚୋରା ଗୁଡାଖୁ ତିଆରି ଚାଲିଥିବାବେଳେ ଏହି ଚଢାଉ କରାଯାଇଥିଲା। ଦୀର୍ଘଦିନ ଧରି ଏହି ବେଆଇନ ତମ୍ବାଖୁ କାରଖାନା ସମ୍ପର୍କରେ ସ୍ଥାନୀୟ ପୋଲିସ କିମ୍ବା ଅବକାରୀ ବିଭାଗ ଜାଣି ପାରୁନଥିବାବେଳେ ତିର୍ତ୍ତୋଲ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଓ ବିଳାସପୁର ରାଜସ୍ୱ ନିରିକ୍ଷକ ବଂଶି ଧର ଦାସ ଏକ ଅନୁସନ୍ଧାନ ମୁଳକ ପଦକ୍ଷେପ ନେଇ କାରଖାନକୁ ସିଲ୍ କରିବା ସହିତ ମାଲିକ ଅଶୋକ ସାହୁଙ୍କୁ ତିର୍ତ୍ତୋଲ ପୋଲିସକୁ ଜିମାଦେବା ଘଟଣା ସାଧାରଣରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top