ସାମନ୍ତରାପୁର ଉଚ୍ଚବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ

ତିର୍ତ୍ତୋଲ, ୨/୮ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତରେ ଥିବା ସାମନ୍ତରାପୁର ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ସତପଥିଙ୍କ ସଭାପତିତ୍ୱରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଅନ୍ୟମାନଙ୍କ ମଧ୍ୟରେ ବାବାଜୀ ଚରଣ ବସନ୍ତିଆ, କିଶୋର କୁମାର ଲେଙ୍କା, ହିମାଂଶୁ ଶେଖର ସତପଥି, ସଂଘମିତ୍ରା ମହାନ୍ତି, ନବ କିଶୋର ଦାଶ, ଗୋକୁଳି ଚରଣ ନାଥ, ଶିବ ପ୍ରସାଦ ସାହୁ, ପ୍ରମୋଦ ରାଉତରାୟଙ୍କ ସମେତ ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷାକର୍ମୀ ଓ ପୁରାତନ ଛାତ୍ର, ଅକ୍ଷୟ ସାହୁ, ଅମିୟ ସାହୁ, ମାନସ ରଞ୍ଜନ ସାହୁ, ହିମାଂଶୁ ଦାସ, କୁଷ୍ଣଚନ୍ଦ୍ର ସାହୁ, ସୁଧିର ମହାନ୍ତି, କୁଞ୍ଜ ବିହାରୀ ନାୟକ, ତ୍ରିଲୋଚନ ବାରିକ, ସୁବାସଚନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇଥିଲେ। ସର୍ବ ସମ୍ମତି କ୍ରମେ ପୁରାତନ ଛାତ୍ର ପକ୍ଷରୁ ଶଶୀକାନ୍ତ ସେଠୀଙ୍କୁ ସଭାପତି ଭାମେ ମନୋନିତ କରାଯାଇଥିଲା ଶେଷରେ ଶିକ୍ଷକ ପ୍ରଭାତ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।।

Leave a Reply

Your email address will not be published. Required fields are marked *