ଜିଲ୍ଲା ପରିକ୍ରମା

ସାମଗ୍ରୀକ ବିକାଶ ପାଇଁ ବୌଦ୍ଧ ପଂଚାୟତ ସମିତି ଜାତୀୟ ସ୍ତରରେ ପୁରସ୍କୃତ

ବୈାଦ୍ଧ,୧୬ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ରାଜ୍ୟସରକାରଙ୍କ ଦ୍ୱାରା ବୌଦ୍ଧଜିଲାର ବୌଦ୍ଧ ପଂଚାୟତ ସମିତି ରାଜ୍ୟର ଅନ୍ୟତମ ଶ୍ରେଷ୍ଠ ପଂଚାୟତ ସମିତି ଭାବରେ ପୁରସ୍କୃତ ହୋଇଥିବାବେଳେ ଏବେ ଜାତୀୟ ସ୍ତରରେ ମଧ୍ୟ ଏହି ପଂଚାୟତ ସମିତି ପୁରସ୍କୃତ ହେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକ ସଠିକ୍ ଭାବରେ ପରିଚାଳନା କରିବା ସହିତ ବିଭିନ୍ନ ଅନୁଦାନ ବିନିଯୋଗରେ ତତ୍ପରତା ପ୍ରକାଶ କରି ଓଡ଼ିଶାର ବୌଦ୍ଧ ଓ ରାମପୁର ପଂଚାୟତ ସମିତି ୯୨.୦୫ ପଏଣ୍ଟ ହାସଲ କରି ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ଅପ୍ରେଲ ୨୪ ତାରିଖ ଦିନ ଜବଲପୁର ଠାରେ ଆୟୋଜିତ ଜାତୀୟସ୍ତରୀୟ ପଂଚାୟତରାଜ ଉତ୍ସବରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ । ଜିଲାପାଳ ମଧୁସୂଦନ ମିଶ୍ର ଏହି ସଫଳତା ହାସଲ ପାଇଁ ଜିଲାବାସୀ ତଥା ବୌଦ୍ଧ ପଂଚାୟତ ସମିତିର ସମସ୍ତ ଅଧିବାସୀ,ନିର୍ବାଚିତ ପ୍ରତିନିଧି ଓ କର୍ମଚାରୀମାନଙ୍କ ପ୍ରଶଂସା କରିବା ସହିତ ଜାତୀୟସ୍ତରରେ ପୁରସ୍କାର ହାସଲ କରିବା ଆମ ସମଗ୍ର ଜିଲା ପାଇଁ ଏକ ଗୌରବର ବିଷୟ ବୋଲି ପ୍ରକାଶ କରିଛନ୍ତି । ପଂଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିହାର ରଂଜନ କହଁର କର୍ମଚାରୀମାନଙ୍କ ତତ୍ପରତା ଓ ନିର୍ବାଚିତ ପ୍ରତିନିଧିମାନଙ୍କ ସହଯୋଗ ଯୋଗୁଁ ଏହି ସଫଳତା ମିଳିଥିବାରୁ ସମସ୍ତଙ୍କ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top