ସାବିତ୍ରୀ ବ୍ରତ ପାଳନ ପାଇଁ ମାଲକାନଗିରି ରୁ ଫଳ କାଚ ସିନ୍ଦୁର କିଣି ପେରୁଥିବା ସମୟରେ ମଟର ସାଇକେଲରୁ ଖସି ପଡି ମହିଳାଙ୍କର ମୃତ୍ୟୁ

ମାଲକାନଗିରି, ୧୫ା୫ (ଓଡିଆ ପୁଅ ) ଆଜି ପବିତ୍ର ସାବିତ୍ରୀ ବ୍ରତ ସଧବା ମହିଳା ମାନେ ସେମାନଙ୍କ ସ୍ୱାମୀ ଓ ପିଲାମାନଙ୍କ ଦୀର୍ଘାୟୁ ଓ ପରିବାରର ଶୁଭକାମନା କରି ଯମଦେବତା ଓ ସାବିତ୍ରୀ ମାତାଙ୍କ ନିକଟରେ ପୂଜା କରିଥାନ୍ତି। ଏହି ବ୍ରତପାଳନ ପାଇଁ ଜଣେ ମହିଳା ବଜାରକୁ ଯାଇ ଫଳ ମୂଳ ଓ କାଚ ସିନ୍ଦୁର, ଅଳତା ଭୋଗସାମଗ୍ରୀ କିଣି ଆନନ୍ଦ ମନରେ ବାଇକରେ ବସି ଘରକୁ ଫେରୁଥିବା ସମୟରେ ହଟାତ ଏକ ହମ୍ସରେ ଗାଡିଟି ସ୍ଲିପହେବାରୁ ମହିଳା ଜଣକ ଗାଡିରୁ ଛିଟିକି ପଡି ମୃତ୍ୟୁବରଣ କରିଛନ୍ତି। ଏମିତି ଏକ ଦୁଃଖଦ ଘଟଣା ସୋମବାର ସନ୍ଧ୍ୟାରେ ଘଟି ଯାଇଛି। ମାଲକାନଗିରି ସିଡିଏମଓ ଅଫିସର କର୍ମଚାରି ଶିବପ୍ରହରାଜ ଙ୍କ ପତ୍ନୀ କାଦମ୍ବିନୀ ପ୍ରହରାଜ(୨୯) ସାବିତ୍ରୀ ବ୍ରତ ପାଳନପାଇଁ ଗତକାଲି ସନ୍ଧ୍ୟାରେ ମାଲକାନଗିରି ବଜାରରୁ ଭୋଗସାମଗ୍ରୀ କ୍ରୟ କରି ନିଜ ଦିଅର ଙ୍କ ସାଇକେଲରେ ନିଜର ଛୋଟପିଲାକୁ ଧରି ବସି ବାଲିମେଳା ଅଭିମୁଖେ ଯାଉଥିଲେ। ମାଲକାନଗିରି ବାଲିମେଳା ମୁଖ୍ୟରାସ୍ତା ତାର୍ଲାକୋର୍ଟା ନିକଟରେ ସାମନା ପଟୁ ଏକ ଗାଡି ପଳାଇ ଆସିବାରୁ ମଟର ସାଇକେଲ ଚାଳକ ବ୍ରେକ ମାରିଦେଇଥିଲେ ସେଠାରେ ଥିବା ହମ୍ପସରେ ଗାଡିଟି ବାଡେଇ ହୋଇଯିବାରୁ ପଛରେ ବସିଥିବା କାଦମ୍ବିନୀ ତଳକୁ ଛିଟିକି ପଡି ତାଙ୍କ ମୁଣ୍ଡଫାଟି ଯାଇଥିଲା ତାଙ୍କୁ ସଙ୍ଗେ ସଙ୍ଗେ ହସପିଟାଲକୁ ନିଆଯାଇଥିଲା ହସପିଟାଲରେ ପହଁଚିଲା ପରେ ଡାକ୍ତର ମାନେ ସେ ମୃତ ବୋଲି ଘୋଷଣାକରିଥିଲେ। ଏହି ଖବର ପ୍ରଚାର ହେଲା ପରେ ସମଗ୍ର ମାଲକାନଗିରି ଓ ବାଲିମେଳା ସହରରେ ଶୋକର ଛାୟା ଖେଳି ଯାଇଛି। କାଦମ୍ବିନୀ ଙ୍କ ଗୋଟିଏ ଶିଶୁ ପୁତ୍ର ଅଛି।ସେ ଏବେ ମା ଛେଉଣ୍ଡ ହୋଇ ମା ମା ବୋଲି କହି କାନ୍ଧୁଛି। ସ୍ୱାମୀଙ୍କ ଆୟୁସ ବଢାଇବା ପାଇଁ ସାବିତ୍ରୀ ବ୍ରତ ପାଳନ ପାଇଁ ନିଜଘରୁକ ଯାଉଥିବାବେଳେ ସ୍ତ୍ରୀର ମୃତ୍ୟୁହେବା ଘଟଣାରେ ସ୍ୱାମୀ ଶିବପ୍ରହାରାଜ ଙ୍କ ଆଖିରୁ ଲୁହ ସୁଖୁ ନାହିଁ, ସେ ଦୁଇଦିନ ହେଲା ଏକ ରକମର ମୁକ ପାଲଟି ଯାଇଛନ୍ତି। ରାସ୍ତାଦୁର୍ଘଟଣାକୁ ରୋକିବା ପାଇଁ ବିଭିନ୍ନ ବଜାର, ସ୍କୁଲ, ଛକ ସ୍ଥାନରେ ହମ୍ପସ ନିର୍ମାଣ କରାଯାଇଥାଏ। ମାଲକାନଗିରି ଜିଲ୍ଲାରେ ଅନଭିଜ୍ଞ ଯନ୍ତ୍ରୀ ଓ ଠିକାଦାର ମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ହମ୍ପସ ନିକଟରେ ବାରମ୍ବାର ଗାଡି ଦୁର୍ଘଟଣା ଘଟି ଅନେକ ଧନ ଜୀବନ ହାନି ହେଉଛି, ଗତ ଦୁଇମାସ ମଧ୍ୟରେ କୋରକୁଣ୍ଡା, ବାଲିମେଳା, ଚିତ୍ରକୋଣ୍ଡା, କାଲିମେଳା, ପଡିଆ, ଏମଭି୭୯, ମାଥିଲି, ଗୋବିନ୍ଦପାଲି, ମାଲକାନଗିରି ରାସ୍ତାର ବିଭିନ୍ନ ସ୍ଥାନରେ ଥିବା ହମ୍ପସ ନିକଟରେ ଗାଡିଗୁଡିକ ଦୁର୍ଘଟଣା ଘଟି ପ୍ରାୟ ୫ଜଣରୁ ଉର୍ଦ୍ଦ ବାଇକ ଆରୋହି ଙ୍କ ମୃତ୍ୟୁଘଟି ସାରିଲାଣି, ହମ୍ପସ ଗୁଡିକ ଦୁର୍ଘଟଣାକୁ ରକ୍ଷାକରୁଥିବାବେଳେ ମାଲକାନଗିରି ଜିଲ୍ଲାପୁର୍ତଗୃହନିର୍ମାଣ ବିଭାଗ ପକ୍ଷରୁ ରାସ୍ତାରେ ତିଆରି କରାଯାଇଥିବା ହମ୍ପସ ଗୁଡିକ ଠାକ ଭାବେ ନିର୍ମାଣ କରା ନ ଯିବା, ସେଥିରେ ଲାଲ ରେଡିୟମ କିମ୍ବା ଧଳାରଙ୍ଗ ଦିଆ ନ ଯିବାରୁ ଦୁରରୁ ଆସୁଥିବା ଗାଡିଗୁଡିକ ହମ୍ପସ ଅଛି ବୋଲି ଜାଣି ନପାରି ହଟାତ ବ୍ରେକ ମାରିଦେବାରୁ ପଛରେ ଥିବା ଗାଡି ଧକ୍କାଲାଗି ଦୁର୍ଘଟଣା ଘଟୁଛି। ରାସ୍ତାରେ ତିଆରି ହୋଇଥିବା ହମ୍ପସ ଗୁଡିକ ନିକଟରେ ବାରମ୍ବାର ଦୁର୍ଘଟଣା ଘଟି ହିଁ ସେ ସବୁସ୍ଥାନ ମରଣ ଯନ୍ତା ପାଲଟିଛି। ଗତ କାଲିର ବାଇକ ଦୁର୍ଘଟଣାର ମୁଖ୍ୟକାରଣ ହେଲା ହମ୍ପସ, ସେହି ହମ୍ପସରେ ମଟରସାଇକେଲ ସ୍ଲିପହୋଇ ମହିଳାଙ୍କର ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *