ଓଡ଼ିଶା

ସାବାସ୍ ନାବାଳିକା ଶାନ୍ତି, ୨ ବର୍ଷ ଶିଶୁର ଜୀବନ ବଂଚାଇଲେ

ରାଉରକେଲା ୧୧-୩ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଏକ ୪୦ ଫୁଟ ଗଭୀର କୂପ ମଧ୍ୟରୁ ଜଣେ ୨ ବର୍ଷର ଶିଶୁକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ଜଣେ ୧୬ ବର୍ଷର ନାବାଳିକା। ଯାହା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ସାହସିକତା ପାଇଁ ଅଂଚଳବାସୀ ନାବାଳିକା ଶାନ୍ତି ବୁଡ଼ଙ୍କୁ ପ୍ରଂଶସା କରିଛନ୍ତି। ତାଙ୍କର ଏଭଳି ସାହସିକତା ଓ ମାନବିକତା ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ଦିନ ଥିଲା ମଙ୍ଗଳବାର। ସବୁଦିନ ପରି କାର୍ଲୁସ ସାମଦଙ୍କ ଘରେ ଭଡ଼ାରେ ରହୁଥିବା ଅନିତା ଡାଙ୍ଗଙ୍କ ୨ ବର୍ଷର ଶିଶୁଟି ଘରର ଅଗଣାରେ ଖେଳରେ ମସକୁଲ ରହିଥିଲା। ମା’ଙ୍କ ନଜରକୁ ସେ କିଛି କ୍ଷଣ ପାଇଁ ଦୂରେଇ ଯାଇଥିଲେ। ହଠାତ ଖେଳୁ ଖେଳୁ ସେ ଅଗଣା ମଧ୍ୟରେ ଥିବା ଏକ ରିଙ୍ଗ କୂପ ମଧ୍ୟକୁ ଖସି ପଡ଼ିଥିଲେ। ଏହି ସମୟରେ ଶାନ୍ତି ବୁଡ଼ କୂଅ ପାଖକୁ ଦୌଡ଼ି ଆସି କୂପ ମଧ୍ୟକୁ ଲମ୍ପ ପ୍ରଦାନ କରି ଅତି ସତର୍କତାର ସହିତ ଶିଶୁଟିକୁ ଉଦ୍ଧାର କରିଥିଲେ। ତାଙ୍କ ଉଦ୍ୟମ ଯୋଗୁ ନୀରୀହ ଶିଶୁଟିର ଜୀବନ ରକ୍ଷା ପାଇ ପାରିଥିଲା। ଜୀବନ୍ତ ଶିଶୁଟିକୁ ଦେଖି ମା’ ଆତ୍ମଭରା ହୋଇ ଉଠି ଶାନ୍ତିକୁ କୋଟି ପରମାୟୁର ଆର୍ଶୀବାଦ ଦେଇଥିଲେ। ଶାନ୍ତିର ଏହି ସାହସିକତା କେବଳ ନୂଆଗାଁ ନୁହେଁ, ସାରା ରାଜ୍ୟରେ ଗୌରବ ଆଣିଛି। ତାଙ୍କୁ ସାହସିକତାର ସମ୍ମାନରେ ଗୌରାବାନ୍ୱିତ କରିବା ପାଇଁ ସମସ୍ତେ ଆଗଭର ହୋଇ ଉଠିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top