ଓଡ଼ିଶା

ସାବଧାନ! UGC ଜାରିକଲା ୨୪ଟି ଫର୍ଜି ବିଶ୍ୱବିଦ୍ୟାଳୟର ଲିଷ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା: ଓଡ଼ିଶାରେ ୨ଟି

UGC (University Grants Commission) ୨୪ଟି ଫର୍ଜି ବିଶ୍ୱବିଦ୍ୟାଳୟର ଏକ ତାଲିକା ଜାରି କରିଛି। ଏହି ବିଶ୍ୱ ବିଦ୍ୟାଳୟ ଗୁଡ଼ିକର କୌଣସି ଡିଗ୍ରୀ ମାନ୍ୟ ନୁହେଁ। ସେଗୁଡ଼ିକ ମଧ୍ୟରୁ ୮ଟି ଦିଲ୍ଲୀରେ। ଓଡ଼ିଶାରେ ୨ଟି
ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ): ବିଶ୍ଵବିଦ୍ୟାଲୟ ଅନୁଦାନ ଆୟୋଗ ଅର୍ଥାତ୍ ୟୁଜିସି ୨୪ଟି ଫର୍ଜି ବିଶ୍ଵବିଦ୍ୟାଳୟର ଏକ ଲିଷ୍ଟ ଜାରି କରିଛି ଯେଉଁଥିରେ ଆଠଟି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅଛି। ୟୁଜିସି ଏକ ନୋଟିସ ଜାରି କରି କହିଛିଯେ, ‘ ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକମାନଙ୍କୁ ସୂଚିତ କରାଯାଉଛିଯେ, ବର୍ତ୍ତମାନ ଦେଶର ବିଭିନ୍ନ ଭାଗରେ ୨୪ଟି ସ୍ଵୟଂ ଏବଂ ଅଣପଞ୍ଜିକୃତ ସଂସ୍ଥା ୟୁଜିସି ଅଧିନିୟମର ଉଲ୍ଲଂଘନ କରି ଚାଲୁଛନ୍ତି’।

ୟୁଜିସି କହିଛି, ‘ଏହି ବିଶ୍ଵବିଦ୍ୟାଳୟଗୁଡ଼ିକୁ ଫର୍ଜି ଘୋଷିତ କରାଯାଇଛି ଏବଂ ଏହି ବିଶ୍ୱ ବିଦ୍ୟାଳୟଗୁଡ଼ିକର କୌଣସି ଡିଗ୍ରୀ ଦେବାର କ୍ଷମତା ନାହିଁ”।

ଦିଲ୍ଲୀରେ କମର୍ସିଆଲ ୟୁନିଭର୍ସିଟୀ, ୟୁନାଇଟେଡ ନେଶନ୍ସ ୟୁନିଭର୍ସିଟି, ଭୋକେସନଲ ୟୁନିଭର୍ସିଟି, ଏଡିଆର – ସେଣ୍ଟ୍ରିକ ଜୁରିଡିକାଲ ୟୁନିଭର୍ସିଟି, ଇଣ୍ଡିଆନ୍ ଇଂଷ୍ଟିଟ୍ୟୁସନ ଅଫ ସାଇନ୍ସ ଆଣ୍ଡ ଇଂଞ୍ଜିନିୟରିଂ, ବିଶ୍ଵକର୍ମା ଓପନ ୟୁନିଭର୍ସିଟି ଫର ସେଲ୍ଫ ଏମ୍ପ୍ଲୟଯମେଣ୍ଟ, ଆଧ୍ୟାତ୍ମିକ ବିଶ୍ଵବିଦ୍ୟାଲୟ ଏବଂ ବାରାଣସେୟ ସଂସ୍କୃତ ବିଶ୍ଵବିଦ୍ୟାଲୟ ଫର୍ଜି ୟୁନିଭର୍ସିଟିର ଲିଷ୍ଟର ସାମିଲ ଅଛନ୍ତି।

ଅନ୍ୟ ଫର୍ଜି ବିଶ୍ଵବିଦ୍ୟାଲୟ ପଣ୍ଡିଚେରୀ, ଆଲୀଗଡ଼, ବିହାର, ରାଉରକେଲା, ଓଡ଼ିଶା, କାନପୁର, ପ୍ରତାପଗଡ଼, ମଥୁରା, ନାଗପୁର, କେରଳ, କର୍ଣ୍ଣାଟକ ଏବଂ ଆଲହାବାଦରେ।

ଫର୍ଜି ବିଶ୍ଵେବିଦ୍ୟାଳୟ ଗୁଡ଼ିକର ସଂପୂର୍ଣ୍ଣ ଲିଷ୍ଟ:
1. ମୈଥ‍ିଲୀ ବିଶ୍ଵ ବିଦ୍ୟାଳୟ, ଦରଭଂଗା, ବିହାର
2. କମର୍ସିଆଲ୍ ୟୁନିଭର୍ସିଟି ଲିମିଟେଡ, ନୂଆ ଦିଲ୍ଲୀ
3. ୟୁନାଇଟେଡ ନେଶନ୍ସ ୟୁନିଭର୍ସିଟି, ନୂଆଦିଲ୍ଲୀ
4. ଭୋକେସନାଲ ୟୁନିଭର୍ସିଟି, ନୂଆ ଦିଲ୍ଲୀ
5. ଏଡିଆର – ସେଂଟ୍ରିକ ଜୁରିଡିକାଲ ୟୁନିଭର୍ସିଟି, ନୂଆ ଦିଲ୍ଲୀ
6. ଏଡିଆର – ସେଂଟ୍ରିକ ଜୁରିଡିକାଲ ୟୁନିଭର୍ସିଟି, ନୂଆ ଦିଲ୍ଲୀ
7. ବିଶ୍ଵକର୍ମା ଓପନ ୟୁନିଭର୍ସିଟି ଫର ସେଲ୍ଫ ଏମ୍ପ୍ଲୟମେଣ୍ଟ, ନୂଆଦିଲ୍ଲୀ
8. ଆଧ୍ୟାତ୍ମିକ ବିଶ୍ଵବିଦ୍ୟାଳୟ, ନୂଆଦିଲ୍ଲୀ
9. ବାରାଣସେୟ ସଂସ୍କୃତ ବିଶ୍ଵବିଦ୍ୟାଳୟ, ନୂଆଦିଲ୍ଲୀ
10. ବଡ଼ଗାନବୀ ସରକାର ୱାର୍ଲ୍ଡ୍ ଓପନ ୟୁନିଭର୍ସିଟି ଏଜୁକେସନ ସୋସାଇଟି, ଗୋକାକ, ବେଲ ଗାମ (କର୍ଣ୍ଣାଟକ)
11. ସେଣ୍ଟ ଜନ ବିଶ୍ଵ ବିଦ୍ୟାଳୟ, କୃଷ୍ଣଟଟ୍ମ, କେରଳ
12. ରାଜା ଅରେବିକ ୟୁନିଭର୍ସିଟି, ନାଗପୁର
13. ଇଂଷ୍ଟିକଟ୍ୟୁଟ ଅଫ ଅଲ୍ଟରନେଟିବ ମେଡିସନ ଆଣ୍ଡ ରିସର୍ଚ, କୋଲକାତା
14. ମହିଳା ଗ୍ରାମ ବିଦ୍ୟାପୀଠ, ଆଲାହାବାଦ
15. ଇଣ୍ଡିଆନ୍ ଇଂଷ୍ଟିଟଟ୍ୟୁଟ ଅଫ ଅଲ୍ଟରନେଟିବ ମେଡିସନ, କୋଲକାତା
16. ଗାନ୍ଧୀ ହିନ୍ଦୀ ବିଦ୍ୟାପୀଠ, ଆଲାହାବାଦ
17. ନ୍ୟାସନାଲ ୟୁନିଭର୍ସିଟି ଅଫ ଇଲେକ୍ଟ୍ରୋ କମ୍ଲେେଡିକ୍ସଡ଼ ହୋମ୍ୟୋପ୍ୟାଥୀ, କାନପୁର
18. ନେତାଜୀ ସୁଭାଷ ଚନ୍ଦ୍ର ବୋସ ୟୁନିଭର୍ସିଟି, ଅଚଲତାଲ, ଆଲୀଗଡ଼
19. ଉତ୍ତର ପ୍ରଦେଶ ବିଶ୍ଵ ବିଦ୍ୟାଳୟ, କୋସିକଲା, ମଥୁରା
20. ମହାରାଣା ପ୍ରତାପ ଶିକ୍ଷା ନିକତେନ ବିଶ୍ଵ ବିଦ୍ୟାଳୟ, ପ୍ରତାପଗଡ଼
21. ଇନ୍ଦ୍ରପ୍ରସ୍ଥ ଶିକ୍ଷା ପରିଷଦ, ଇଣ୍ଟିଟ୍ୟୁସନଲ ଏରିଆ, ନୋଏଡା
22. ନବ ଭାରତ ଶିକ୍ଷା ପରିଷଦ, ରାଉରକେଲା, ଓଡ଼ିଶା
23. ନର୍ଥ ଓଡିଶା ୟୁନିଭର୍ସିଟି ଅଫ ଏଗ୍ରୀକଲ୍ଚର ଆଣ୍ଡ ଟେକ୍ନୋଲୋଜି, ଓଡ଼ିଶା
24. ସ୍ତ୍ରୀ ବୋଧୀ ଏକେଡେମୀ ଅଫ ହାୟର ଏଜୁକେସନ, ପୁଡୁଚେରୀ

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top