ଜିଲ୍ଲା ପରିକ୍ରମା

ସାବଧାନ ; ୧୬ ଜାତୀୟ ରାଜପଥରେ କଳାପଲସର ଲୁଟେରା ଚାଲାଇଛନ୍ତି ଆତଙ୍କ

ଯାଜପୁର-୨୯/୭(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ଥନା ଅନ୍ତର୍ଗତ ୧୬ ନମ୍ବର ଜାତୀୟରାଜପଥ ଶଙ୍ଖରିଡୀହସ୍ଥିତ ରିଲିଆନ୍ସ ପେଟ୍ରେଲ ପମ୍ପ ନିକଟରେ ରବିବାର ଅପରାହ୍ନ ୫ଟା ବେଳେ ମଟର ସାଇକେଲରେ ଘରକୁ ଫେରୁଥିବା ମଳିହାଙ୍କ ବେକରୁ କଳାପଲସର ମଟର ସାଇକେଲରେ ୨ଜଣ ଲୁଟେରା ସୁନାଚେନ୍ ସହ ଭ୍ୟାନିଟ୍ ବ୍ୟାଗ ଛଡାଇ ନେଇ ଫେରାର ହୋଇଯାଇଛନ୍ତି। ବିଞ୍ଚାରପୁର ଥାନା ଅରେଇ ଗ୍ରାମର ବାସୁଦେବ ସାମଲ ଓ ତାଙ୍କ ପତ୍ନୀ ବାସନ୍ତୀ ସାମଲ ଆଜି ନିଜ ମଟରସାଇକେଲରେ ଭୁବନେଶ୍ୱରରୁ ଘରକୁ ଫେରୁଥିବା ବେଳେ ରିଲିଆନ୍ସ ପେଟ୍ରେଲ ପମ୍ପ ନିକଟରେ ୨ଜଣ ଲୁଟେରା ଏକ କଳାପଲସରରେ ଆସି ମହିଳାଙ୍କ ବେକରୁ ୧୨ଗ୍ରାମ ଓଜନ ସୁନା ଚେନ୍ ଛିଣ୍ଡାଇ ନେବା ସହ ହାତରେ ଧରିଥିବା ଭ୍ୟାନିଟ ବ୍ୟାଗ ଛଡାଇ ନେଇଥିଲେ। ଏହି ସମୟରେ ମହିଳା ଜଣକ ମଟର ସାଇକେଲରୁ ପଡି ମୁଣ୍ଡ ଫାଟିଯାଇଥିଲା। ବାସନ୍ତୀ ପଡି ମୁଣ୍ଡ ଫାଟିଯାଇଥିବାରୁ ତାଙ୍କ ସ୍ୱମୀ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଏନେଇ ଧର୍ମାାଳା ଥାନାରେ ଅଭିଯୋଗ କରିଥିଲେ। ମହିଳାଙ୍କ ଭ୍ୟାନିଟ ବ୍ୟାଗରେ ୨ହଜାର ଟଙ୍କାଥିଲା ବୋଲି ଥାନାରେ ଅଭିଯୋଗ ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଧର୍ମଶାଳା ଥାନା ଅନ୍ତର୍ଗତ ବା୍ରହ୍ମଣୀ ନଦୀଠାରୁ ଚଣ୍ଡିଖୋଲ ମଧ୍ୟରେ ବାରମ୍ବାର ମହିଳାଙ୍କ ଠାରୁ କଳାପଲସର ଲୁଟେରା ଚେନ୍ ଲୁଟି ନେଉଥିଲେ ମଧ୍ୟ ପୋଲିସ ଧରିବାରେ ବିଫଳ ହେଉଥିବାରୁ ଲୁଟେରାଙ୍କ ମନବଳ ବୃଦ୍ଧିପାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top