ସାବଧାନ! ବ୍ଲୁ ହ୍ୱେଲ ଠାରୁ ଅଧିକ ମାରାତ୍ମକ ଖେଳ – ରେପଲେ

ନୂଆଦିଲ୍ଲୀ ୫-୯ (ଓଡ଼ିଆ ପୁଅ) ଦେଶ ଦୁନିଆରେ ବ୍ଲୁ ହ୍ୱେଲ ଗେମ, ଛୋଟ ପିଲାଙ୍କ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ମୁଣ୍ଡ ବିନ୍ଧାର କାରଣ ହୋଇସାରିଛି।ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ଅନେକ ଶିଶୁ ଏହି ଗେମକୁ ଖେଳି ଆତ୍ମହତ୍ୟା କରିସାରିଲେଣି।ଭାରତର ମଧ୍ୟ କେତେକ ସହରରେ ଏହି ଗେମରେ ଅନେକ ଶିଶୁ ସୁସାଇଡ କରିଛନ୍ତି। ଏହିପରି ଅନ୍ୟ ଏକ ମାରାତ୍ମକ ଗେମ ଆସିଛି ଯାହାର ନାମ ରେପଲେ।

ସୂଚନା ଅନୁଯାୟୀ,  ଏହି ଗେମ ବଲାତ୍କାର ଉପରେ ଆଧାରିତ। ଏହି ଗେମରେ ଖେଳାଳିକୁ ମାନସିକସ୍ତରରେ ରେପ କରିବାପାଇଁ ପ୍ରଲୋଭିତ କରାଯାଇଥାଏ।ଏହା ଅଶ୍ଲୀଲତା ଏବଂ ଉଲଗ୍ନତା ଉପରେ ଆଧାରିତ। ଯେଉଁବ୍ୟକ୍ତି ଏହାକୁ ଖେଳେ ସେ ମାନସିକ ରୂପରେ ଅନ୍ୟ କାହାରିକୁ ବଳାତ୍କାର କରିବା ପାଇଁ ଏହି ଗେମ୍ ଚାପ ପକାଯାଇଥାଏ।

କେତେକ ଦେଶରେ ଏହା ବ୍ୟାନ ହୋଇଗଲାଣି। କିନ୍ତୁ ଆଜିମଧ୍ୟ କେତେକ ୱେବସାଇଟରେ ଏହା ଉପଲବ୍ଧ। ତେଣୁ ଆପଣ ସତର୍କ ହେବାସହ ଆପଣଙ୍କ ପିଲାମାନଙ୍କ  ଉପରେ ନଜର ରଖନ୍ତୁ। ଏହି ଗେମଠାରୁ ପିଲାମାନଙ୍କୁ ଦୂରରେ ରଖିବା ଆବଶ୍ୟକ। ନହେଲେ ଏହା ଭବିଷ୍ୟତରେ ଭୟଙ୍କର ରୂପ ଧାରଣ କରିପାରେ।

Leave a Reply

Your email address will not be published. Required fields are marked *