ଓଡ଼ିଶା

ସାବଧାନ! ବିମାନ ପରି ଏବେ ଟ୍ରେନରେ ମଧ୍ୟ ଅଧିକ ଲଗେଜ୍ ନେଲେ ଦେବାକୁ ପଡ଼ିବ ଜରିମାନା

ନୂଆଦିଲ୍ଲୀ ୫ ଜୁନ୍ (ଓଡ଼ିଆ ପୁଅ) : ବିମାନ ପରି ଏବେ ରେଲଯାତ୍ରା ସମୟରେ ଯାତ୍ରୀମାନେ ଅଧିକ ଲଗେଜ୍ ନେଲେ ତାଙ୍କୁ ଅଧିକ ମହଁଗା ପଡ଼ିବ। ବିନା ବୁକିଂରେ ଅଧିକ ଲଗେଜ ମିଳିଲେ ଯାତ୍ରିମାନଙ୍କୁ ଜରିମାନା ମଧ୍ୟ ଦେବାକୁ ପଡ଼ିବ। ରେଲୱେର ଜଣେ ଅଧିକାରୀ କହିଛନ୍ତିଯେ ଟ୍ରେନ ବଗିରେ ଅତ୍ୟଧିକ ଲଗେଜ୍ ନେବାକୁ ନେଇକରି କ୍ରମାଗତଭାବେ ମିଳୁଥିବା ଅଭିଯୋଗକୁ ନଜରରେ ରଖି ଭାରତୀୟ ରେଳ ନିଜର ତିନି ଦଶକ ପୁରୁଣା ଲଗେଜ୍ ଅନୁଜ୍ଞା ନିୟମକୁ ସଶକ୍ତ ଲାଗୁ କରିବାକୁ ନିର୍ଣ୍ଣୟ ନେଇଛନ୍ତି।

ନୂଆ ନିୟମ ଅନୁଯାୟୀ ଯାତ୍ରୀମାନଙ୍କୁ ଅଧିକ ଲଗେଜ୍ ନେବା ଉପରେ ନିର୍ଦ୍ଧାରିତ ରାଶିରୁ ୬ ଗୁଣ ଅଧିକ ରାଶିର ଜରିମାନା ଦେବାକୁ ହେବ। ନିର୍ଦ୍ଧାରିତ ମାନଦଣ୍ଡ ଅନୁସାର ସ୍ଲିପର କ୍ଲାସ ଏବଂ ସେକେଣ୍ଡ କ୍ଲାସରେ ଯାତ୍ରୀ ବିନା ଅତିରିକ୍ତ ପଇଠ କରି କ୍ରମଶଃ ୪୦ କିଲୋଗ୍ରାମ ଏବଂ ୩୫ କିଲୋଗ୍ରାମ ପର୍ଯ୍ୟନ୍ତ ଲଗେଜ୍ ନେଇପାରନ୍ତି। ଅପରପକ୍ଷେ, ପାର୍ସଲ କାର୍ଯ୍ୟାଳୟରେ ଅତିରିକ୍ତ ପଇଠ କରି କ୍ରମଶଃ ୮୦ କିଲୋଗ୍ରାମ ଏବଂ ୭୦ କିଲୋଗ୍ରାମ ଲଗେଜ୍ ନେଇପାରିବେ। ଅତିରିକ୍ତ ଲଗେଜ୍ ମାଲଗାଡ଼ିରେ ରଖାଯିବ।

ରେଲ ବୋର୍ଡର ସୂଚନା ଏବଂ ପ୍ରଚାର ନିର୍ଦେଶକ ବେଦ ପ୍ରକାଶ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତିଯେ, ‘ ଯଦି ଯାତ୍ରୀଙ୍କୁ ନିର୍ଦ୍ଧାରିତ ସୀମାରୁ ଅଧିକ ଲଗେଜ୍ ବିନା ବୁକ କରାଇ ନେଉଥିବା ଦେଖିବାକୁ ମିଳିଲା ତେବେ ଲଗେଜ୍ ଉପରେ ନିର୍ଦ୍ଧାରିତ ରାଶିର ଛଅ ଗୁଣ ଅଧିକ ଜରିମାନା ଦେବାକୁ ପଡ଼ିବ। ଏହି ପଦକ୍ଷେପ ଯାତ୍ରୀମାନଙ୍କର ସୁବିଧା ସୁନିଶ୍ଚିତ କରିବା ଏବଂ ବଗିର ଭିତରେ ହେଉଥିବା ଭୀଡ଼ରୁ କିଛି ମାତ୍ରାରେ ରକ୍ଷା ପାଇବାପାଇଁ ଉଠାଯାଉଛି।’ ଅଧିକାରୀ କହିଛନ୍ତି କି ଯାତ୍ରୀମାନଙ୍କ ଦ୍ଵାରା ନିଆଯାଉଥିବା ଲଗେଜ୍ ଉପରେ ନଜର ରଖିବା ପାଇଁ ଆକସ୍ମିକ ଚେକିଂ କରାଯିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top