ଓଡ଼ିଶା

ସାବଧାନ୍ ! କେନ୍ଦୁଝରରେ ଛୁଆ ବିକ୍ରି ରାକେଟ ସକ୍ରିୟ! ମଧ୍ୟସ୍ଥି ସାଜିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କେତେଜଣ ଦିଦି

କେନ୍ଦୁଝର ୨୪.୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ସକ୍ରୀୟ ହୋଇଉଠିଛି ଛୁଆ ବିକ୍ରି ରାକେଟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କେତେଜଣ ନର୍ସ ଦିଦି ଏହାର ସୂତ୍ରଧର ସାଜିଥିବା ଅଭିଯୋଗ ଆସିଛି। ଏପରି ଏକ ଘଟଣା ସାମନାକୁ ଆସିଛି, ଯେତେବେଳେ ଜଣେ ନିରାଶ୍ରୟ ଗରୀବ ଅଶିକ୍ଷିତ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରାଦାୟର ମହିଳାଙ୍କ କୋଳରୁ ତାଙ୍କ ୨ ଦିନ ଶିଶୁ ପୁତ୍ରକୁ ଏକ ହଜାର ଟଙ୍କା ଓ ଏକ ନୂଆ ଶାଢୀ ବଦଳେର ଛଡେଇ ନିଆଯାଇଅଛି।

କେନ୍ଦୁଝର ଜିଲ୍ଲା ଆଦିବାସୀ ବହୁଳ ବାଂଶପାଳ ବ୍ଲକ ଗୁପ୍ତଗଙ୍ଗା ଗ୍ରାମର ଜଣେ ଗରିବ ନିରୀହ ଜୁଆଙ୍ଗ ମହିଳା ଦୁଇଦିନ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସଂପୃକ୍ତ ମହିଳାଙ୍କର ଗରିବୀ ଓ ସରଳତାର ଫାଇଦା ଉଠାଇ ଏହାର ୨ଦିନ ପରେ ଜନୈକ ନର୍ସଦିଦି ମା ଓ ଛୁଆ କୁ ଜୋରଜବରଦସ୍ତ ଏକ ଅଟୋରେ ଉଠାଇ ନେବା ସହ ୧ହଜାର ଟଙ୍କା ଓ ଶାଢି ବଦଳରେ ଜନ୍ମିତ ମା କୋଳରୁ ଶିଶୁଟିକୁ ଛଡାଇ ନେଇ ପୂରଣା ବଜାରସ୍ଥିତ ମାଗୁ ସାହିର ଧନୁ ନାଏକଙ୍କ ପରିବାରକୁ ହସ୍ତାନ୍ତର କରିଥିବା ଭଳି ହୃଦୟ ବିଦାରକ ଅଭିଯୋଗ ଆଣିଛନ୍ତି ଖୋଦ ଜୁଆଙ୍ଗ ମହିଳା। ଏ ଘଟଣା ପ୍ରଘଟ ହେବାପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦେବାଙ୍ଗନା ବାରିକ ଶିଶୁଟିକୁ ଉଦ୍ଧାର କରି ଜନ୍ମିତ ମା କୁ ହସ୍ତାନ୍ତର କିଛନ୍ତି। ଶିଶୁଟି ବର୍ତମାନ ଜିଲ୍ଲା ଚିକିତ୍ସାଳୟ ଏସ.ନ.ସିୟୁରେ ଭର୍ତ୍ତି କାରାଯାଇଛି। ଅନ୍ୟପଟେ ଶିଶୁଟିକୁ ନେଇଥିବା ମହିଳାଙ୍କର କହିବାନୁଶାରେ ଜନ୍ମିତ ମା ଶିଶୁଟିକୁ ପାଖରେ ରଖିବାକୁ ଅନିଚ୍ଛା ପ୍ରକାଶ କରିଥିବା କଥା ତାଙ୍କୁ ନର୍ସ କରିଥିଲେ। ତେଣୁ ନିସନ୍ତାନ ଥିବା ଦୃଷ୍ଟିରୁ ନର୍ସ ମୋତେ ଖବର ଦେବା ପରେ ଶିଶୁଟିକୁ ଆଣିଥିଲେ। ଘଟଣାର ତଦନ୍ତ ଆରମ୍ବ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top