ସାବତ ଭାଇ ଆକ୍ରମଣରେ ବଡ଼ଭାଇ ଗୁରୁତର

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଂଚାୟତ ଅନ୍ତର୍ଗତ ଦେଓପଦା ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ଦୁଇଜଣ ଗୁରୁତର ହୋଇଛନ୍ତି। ଗ୍ରାମର ସନ୍ତୋଷ ବେହେରା ଏକ ଚାଷ ଜମିକୁ ହଳ କରିଥିବା ବେଳେ ସାବତ ଭାଇ ସୁରେଶ ବେହେରା ଉକ୍ତ ଜମିକୁ ନିଜ ଅକ୍ତିଆରକୁ ନେଇଥିଲା। ଆଜି ସଖାଳେ ଏ ନେଇ ଦୁଇ ଜଣଙ୍କ ମଧ୍ୟରେ କଥା କଟାକଟି ହୋଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ସୁରେଶ ଏକ କଟୁରି ସାହାଯ୍ୟରେ ବଡ଼ଭାଇ ସନ୍ତୋଷର ମୁଣ୍ଡକୁ ଆକ୍ରମଣ କରିଥିଲା। ସନ୍ତୋଷଙ୍କ ପତ୍ନି ଉର୍ମିଳା ମଧ୍ୟ ଆକ୍ରମଣରେ ଶିକାର ହୋଇଥିଲେ। ଆକ୍ରମଣକାରୀ ସୁରେଶ ସହିତ ଭୋଉଣୀ ଅନିତା ଓ ମା ତିଳୋତମା ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି। ଗୁରୁତର ସ୍ୱାମୀ ସ୍ତ୍ରୀଙ୍କୁ ସ୍ଥାନୀୟ ଲୋକ ମାନେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ଗଣ୍ଡଗୋଳ ସଂପର୍କରେ ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *