ଜିଲ୍ଲା ପରିକ୍ରମା

ସାବତ ପୁଅ ନ୍ୟାୟରେ ଚାଲିଛି ଚାରିଛକ-କୁଶଙ୍ଗ ପୂର୍ତ୍ତରାସ୍ତା

ବୌଦ୍ଧ, ୧ା୦୮(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ଠାରୁ କୁଶଙ୍କ ପର୍ଯ୍ୟନ୍ତ ୨୭ କିମି ପୁର୍ତ୍ତ ରାସ୍ତା ର ସଂପ୍ରସାରଣ ଓ ଉନ୍ନତିକରଣ ପାଇଁ ୨୦୧୪ ମସିହା ଠାରୁ ୩୬ କୋଟି ଟଙ୍କା ଅଟକଳ ବ୍ୟୟରେ ଆରମ୍ଭ ହୋଇଥିବା ପ୍ରକଳ୍ପର ନିର୍ମାଣ ଶେଷ କରିବାକୁ ନିର୍ଦ୍ଧାରିତ ସମୟ ଅବଧି ଶେଷ ହେବାର ଆଜକୁ ପ୍ରାୟ ୨ ବର୍ଷରୁ ଅଧିକ ବିତିଯାଇଥିଲେ ମଧ୍ୟ ସଂପୃକ୍ତ ପ୍ରକଳ୍ପ କାର୍ଯ୍ୟ ଅଦ୍ୟାବଧି ସଂପୁର୍ଣ୍ଣ ହୋଇପାରିଲା ନାହିଁ। ଫଳରେ ଖାଲଢିପ ହୋଇ ଅଧପନ୍ତରିଆ ଭାବେ ପଡିରହିଥିବା ଏହି ନିର୍ମାଣଧିନ ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏପରିକି ଇତିମଧ୍ୟରେ ଶୋଚନୀୟ ହୋଇପଡିଥିବା ରାସ୍ତା ରେ ଛୋଟ ବଡ ସଡକ ଦୁର୍ଘଟଣା ଘଟି ୫ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ଯାଇଥିବାବେଳେ ପ୍ରାୟ ୪୦ ରୁ ଉର୍ଦ୍ଧ ଲୋକ ଆହାତ ହୋଇ ସାରିଥିଲେ ମଧ୍ୟ ପ୍ରକଳ୍ପ ନିର୍ମାଣରେ ଅବହେଳା କରିଥିବା ସଂପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ବିଭାଗୀୟ କର୍ତ୍ତୁପକ୍ଷ ଏଯାଏଁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନନେବା କିମ୍ବା ଅସପୁର୍ଣ୍ଣ ପ୍ରକଳ୍ପର ପୁନଃ ଟେଣ୍ଡର କରାଇବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉନଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି। ସୂଚନା ଯୋଗ୍ୟ ଯେ ଚାରିଛକ – ଟିକରପଡା ପୁର୍ତ୍ତ ରାସ୍ତା ଦେଇ ନିୟମିତ ଭାବେ ଯାତାୟାତ କରିବା ପାଇଁ ହରଭଙ୍ଗା ବ୍ଲକର ବାଣିଭୂଷଣପୁର, କରଜଂକଟା, ସଙ୍କୁଲେଇ, ଛତ୍ରଙ୍ଗ, ହରଭଙ୍ଗା, କୁଶଙ୍ଗ, ମହାଲିକପଡା ଓ ତଳଗାଁ ଆଦି ୮ ଟି ପଞ୍ଚାୟତର ପ୍ରାୟ ୫୦ ହଜାର ରୁ ଉର୍ଦ୍ଧ ଲୋକ ସଂପୁର୍ଣ୍ଣରୁପେ ନିର୍ଭର କରିଥାନ୍ତି। ତେବେ ଏହି ପ୍ରକଳ୍ପ ନିର୍ମାଣ ସକାଶେ ହେଉଥିବା ଅହେତୁକ ବିଳମ୍ବ ପାଇଁ ସ୍ଥାନୀୟ ଲୋକେ ଠିକାଦାର ଙ୍କ ବେପରୁଆ ମନୋଭାବ ଓ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ସବଲେଟର (ପେଟି ଠିକାଦାର ) ପ୍ରୀତି ମୁଖ୍ୟ ଅନ୍ତରାୟ ସୃଷ୍ଟି କରିଛି ବୋଲି ଅଭିଯୋଗ କରିଛନ୍ତି। ଉକ୍ତ ରାସ୍ତା ପ୍ରକଳ୍ପ ନିର୍ମାଣ ପାଇଁ ହୋଇଥିବା ଟେଣ୍ଡର କେନ୍ଦ୍ରାପଡା ଅଞ୍ଚଳର ଅଜିତ ସାହୁ ନାମକ ଜଣେ ସୁପରକ୍ଲାସ ଠିକାଦାରଙ୍କୁ ମିଳିଥିଲା। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଉକ୍ତ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ପାଇଥିବା ସଂପୃକ୍ତ ଠିକାଦାର ନିଜେ କାର୍ଯ୍ୟ କରିବା ବଦଳରେ ଆପଶୋଣ୍ଟ ବୁଝାମଣା ମାଧ୍ୟମରେ ପ୍ରାରମ୍ଭରୁ ହିଁ ଏହାର ନିର୍ମାଣ ଦାଇତ୍ୱ ପଦ୍ମପୁର ଅଞ୍ଚଳର ୨ ଜଣ ଏ କ୍ଲାସ ଠିକାଦାରଙ୍କୁ ଦେଇଥିଲେ। ଉଭୟ ସବଲେଟର ଠିକାଦାର ନିଜେ ରାସ୍ତାର ମେଟାଲିଙ୍ଗ ଓ ପିଚୁ କାମ କରିବା ସହିତ କାର୍ଯ୍ୟକୁ ଯଥାଶିଘ୍ର ସାରିବା ଉଦ୍ଦେଶ୍ୟରେ ରାସ୍ତାରେ ପଡୁଥିବା କଲଭର୍ଟ, ଗାଡୱାଲ ଗୁଡିକ ନିର୍ମାଣ କରିବା ପାଇଁ ସ୍ଥାନୀୟ ବ୍ଲ୍କ ଅଞ୍ଚଳର କେତେକ ପେଟି ଠିକାଦାର ଙ୍କୁ ଭାଗ ବାଣ୍ଟି ଦେଇ କାମ କରାଇଥିଲେ। ଏହି ଭଳି ଭାବେ ପ୍ରକଳ୍ପ ର ପ୍ରାୟ ୭୦ ପ୍ରତିଶତ କାର୍ଯ୍ୟ ଶେଷ ହେବା ପରେ ମୁଳ ଠିକାଦାର ଓ ସବଲେଟର ଠିକାଦାରଙ୍କ ମଧ୍ୟରେ ବିଲର ଅର୍ଥ ଭାଗ ବଣ୍ଟା କୁ ନେଇ ବିବାଦ ଦେଖାଦେବା ପରେ ସେମାନେ ନିଜର କାମ୍ପ ସହ କାର୍ଯ୍ୟ ଛାଡି ଚାଲି ଯିବା ପର ଠାରୁ ଆଜକୁ ପ୍ରାୟ ୨ ବର୍ଷ ହେଲା ପ୍ରକଳ୍ପ ଟି ଅସଂପୁର୍ଣ୍ଣ ହୋଇ ପଡିରହିଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ସମୟରେ କାର୍ଯ୍ୟ ତଦାରଖ ପାଇଁ ଆସୁଥିବା ଅଧିକ୍ଷଣ ଯନ୍ତ୍ରୀ ଏସବୁ ଜାଣିଶୁଣି ନିରବଦ୍ରଷ୍ଟା ସାଜିବା ଘଟଣା ସୁପରକ୍ଲାସ ସ୍ତରର ଜଣେ ଅଭିଜ୍ଞ ଠିକାଦାରଙ୍କ ଦ୍ୱାରା ପ୍ରକଳ୍ପ ନିର୍ମାଣ ପାଇଁ ସରକାରଙ୍କ ଯେଉଁ ଯୋଜନା ରହିଛି ତାହା ଫେଲ ମାରିଥିବା କୁହାଯାଇଛି। ଏ ନେଇ ବୌଦ୍ଧ ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ ତ୍ରିପାଠି ଙ୍କୁ ପଚାରିବାରୁ ଚାରିଛକ – କୁଶଙ୍ଗ ପୁର୍ତ୍ତ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପାଇଥିବା ଠିକାଦାର ଓ ସବଲେଟର ଠିକାଦାରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ହେବା ପରେ ସେ କାମ ବନ୍ଦ କରି ଦେଇଥିଲେ। ତେଣୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିନଥିବାରୁ ତାଙ୍କୁ ଆମେ ଟେଣ୍ଡର ପାଇଥିବା ଠିକାଦାରଙ୍କୁ ନୋଟିସ କରିଛୁ। ଯଦି ଉକ୍ତ ପ୍ରକଳ୍ପର କାମ ବନ୍ଦ କରିଦିଆଯାଏ ତାହେଲେ ବଳକା ଅର୍ଥ ଫେରିଯିବ। ସେଥିପାଇଁ ଆମେ ଆଉଜଣେ ସବଲେଟର ଠିକାଦାର ଙ୍କୁ କହି ବର୍ଷା ପରେ କାମ ଶେଷ କରିବୁ ବୋଲି ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top