ସାପ କାମୁଡ଼ାରେ ୪ ବର୍ଷର ଶିଶୁ କନ୍ୟା ମୃତ

ଘଟଗାଁ, ୨୩.୭(ଓଡ଼ିଆ ପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମଣତା ଗ୍ରାମରେ ବିଷାକ୍ତ ସାପ କାମୁଡ଼ିବାରୁ ୪ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ମୃତ ଶିଶୁ ହେଲେ ଗ୍ରାମର ପ୍ରିୟଦର୍ଶିନୀ ନାୟକ। ଗତକାଲି ରାତିରେ ଖାଇସାରି ଶୋଇବା ପରେ ବିଳମ୍ବିତ ରାତିରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ିଦେଇଥିଲା। ଆଜି ସକାଳେ ପ୍ରିୟଦର୍ଶୀନିର ବାପା ଝିଅ କୁ ଅଚେତ ଅବସ୍ଥାରେ ଦେଖି ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଏତଲା ରୁଜୁ କରି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *